ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ବନ ବିଭଗ ପକ୍ଷରୁ ୨୫ଟି କଇଁଛ ଉଦ୍ଧାର କରାଯାଇଛି। ଏଥିସହ ଦୁଇଜଣଙ୍କୁ ଗିରଫ କରାଯାଇଛି। କୌଣସି ସୂତରୁ ଖବର ପାଇବା ପରେ ମୋଟୁ ବନ ବିଭଗ ରେଞ୍ଜର ଏମପିଭି ୮୧ ଗ୍ରାମରେ ଚଢ଼ାଉ କରିବାକୁ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। ତାହା ଅନୁସାରେ ବନବିଭାଗର କର୍ମଚାରୀମାନେ ଏମପିଭି ୮୧ ଗ୍ରାମରେ ଚଢ଼ାଉ କରି ୨୫ଟି କଇଁଛକୁ ଉଦ୍ଧାର କରିଥିଲେ।
ଏହି ୨୫ଟି କଇଁଛକୁ ଅଭିଜିତ ଵାଲା ଓ ପ୍ରକାଶ ତରଫଦାର ବିକ୍ରି କରିବାକୁ ରଖିଥିଲେ। ବନ ବିଭଗ ଏହି ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ବାଇକ ଓ ଓଜନ ସାମଗ୍ରୀ ମଧ୍ୟ ଜବତ କରିଥିବାର ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Untitled-17.png)