ଭୁବନେଶ୍ବର: ରାଜଧାନୀର ଉପକଣ୍ଠରେ ବ୍ରାଉନସୁଗାର ପାଇଁ ମୂଲଚାଲ ଚାଲୁଥିବା ବେଳେ କମିସନରେଟ ପୁଲିସ ଜଣେ ବ୍ରାଉନସୁଗାର ବେପାରୀକୁ କାବୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆନନ୍ଦ କୁମାର ନାମକ ଜଣେ ବ୍ରାଉନସୁଗାର ବେପାରୀ ହାଇଟେକ ଛକରେ ବ୍ରାଉନସୁଗାରର ମୂଲଚାଲ କରୁଥିବା ବେଳେ ଏୟାର ଫିଲଡ ଥାନା ପୁଲିସ ତାକୁ ମାଡ଼ିବସିଥିଲା।
ଅଭିଯୁକ୍ତ ଆନନ୍ଦଠାରୁ ୨୫୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହାଛଡ଼ା ତା’ଠାରୁ ଗୋଟିଏ ମୋବାଇଲ୍ ଓ ୭୬୧୦ ଟଙ୍କା ଜବତ କରିଛି ପୁଲିସ। ଆନନ୍ଦ କୁମାର କାର୍ଗିଲ ବସ୍ତି ଅଞ୍ଚଳରେ ଦୀର୍ଘ ଦିନ ହେବ ବ୍ରାଉନସୁଗାର ବେପାର କରି ଆସୁଥିବାର ସୂଚନା ମିଳିଛି।ପୁଲିସ ତାକୁ ଧରିବା ଲାଗି ଦୀର୍ଘ ଦିନ ଧରି ଯୋଜନା କରିଆସୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/c4e51821-bb20-4922-96e1-8d26bcd2fcd1.jpg)