ରାଜଧାନୀରୁ ୨୬୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: କମିସନରେଟ ପୁଲିସ ଓ ବାଲିଅନ୍ତା ଥାନା ପୁଲିସ କେସୁରା ଅଞ୍ଚଳରୁ ମୃଣାଲ ସାମଲ ନାମକ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି । ତା ପାଖରୁ ୨୬୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।

ସୂଚନାଯୋଗ୍ୟ, କମିସନରେଟ ପୁଲିସ ଗତ ଏକ ବର୍ଷ ମଧ୍ୟରେ ୧୦ କେଜି ବ୍ରାଉନସୁଗାର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ  ହେବ। ଉଭୟ ଭୁବନେଶ୍ୱର ଓ କଟକ ୟୁପିଡି ପୁଲିସ ୧୦ କେଜି ବ୍ରାଉନସୁଗାର ଜବତ କରିଛି। ଏନେଇ ୩୩ ଟି ମାମଲା ହୋଇଥିବା ବେଳେ ୬୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିସନରେଟ ପୁଲିସ। ଏଥିମଧ୍ୟରୁ ଭୁବନେଶ୍ୱର ୟୁପିଡି ପୁଲିସ ୫ କେଜି ୬୬୦ ଗ୍ରାମ ଓ କଟକ ୟୁପିଡି ପୁଲିସ ୪ କେଜି ୬୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର