କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁରୀ ପୁଲିସ

ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାରେ ପୁରୀ ପୁଲିସ ସଫଳ ହୋଇଛି। ଏହି କୁନମୁନ ସୁଆର, ହରି ପଣ୍ଡା ଓ ଟୁଟୁ ମହାପାତ୍ର।ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମୃତ କୃଷ୍ଣ ପ୍ରତିହାରୀ କୁନମୁନକୁ ୧୫ ବର୍ଷ ତଳେ ହାଣିଥିଲା, ଯେଉଁଥିପାଇଁ ଏବେ ବି କୁନମୁନ ଦେହରେ କ୍ଷତ ଚିହ୍ନ ରହିଛି। ହାତ ବି ବଙ୍କା ରହିଛି। କୁନମୁନର ଏକ ଚୁଲା ବି ଶ୍ରୀମନ୍ଦିର ଭିତରେ ଅଛି। ଏହାକୁ ନେଇ ସର୍ବଦା କୃଷ୍ଣ ପ୍ରତିହାରୀ ଓ କୁନମୁନ କଳି ଝଗଡା ଲାଗୁଥିଲେ। କୃଷ୍ଣ ପ୍ରତିହାରୀ ଜୋର ଜବରଦସ୍ତ କୁନମୁନର ରୋଷ ଚୁଲାକୁ ନିଜ ଦଖଲରେ ରଖିଥିଲା। ହରି ସହ ଏକ ଜାଗା ଦଖଲକୁ ନେଇ qgକୃଷ୍ଣ ପ୍ରତିହାରୀର ବିବାଦ ରହିଥିଲା।


କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଗତକାଲି ଗୁନ ସିଂହାରୀଙ୍କ ଭାଇ ନିତ୍ୟାନନ୍ଦ ମହାପାତ୍ର ଓ ପୁତୁରା ଦୋଳଗୋବିନ୍ଦଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବି ସେ କହିଥିଲେ। ଏହି ହତ୍ୟାକାଣ୍ଡରେ ୯ ଜଣ ସାମିଲ ଥିବା ବି ଏସପି ସ୍ପଷ୍ଟ କରିଥିଲେ। ଏବେ ବି ଟୁଟୁ, କୁନମୁନ ଓ ହରି ପଣ୍ଡା ଫେରାର ଥିବା ନେଇ ସୂଚନା ଦେଇଥିଲେ ଏସପି। । ଏହି ତିନି ଅଭିଯୁକ୍ତଙ୍କୁ ପୁଲିସ୍ ଖୁବ୍ ଶୀଘ୍ର ଧରିବ ବୋଲି ସେ କହିଥିଲେ। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡର ସିନ୍ ରିକ୍ରିଏଟ୍ କରାଯିବ।


କାଳିଆ ସିଂହାରୀ ଓରଫ ନିତ୍ୟାନନ୍ଦ ମହାପାତ୍ର ଓ ଦୋଳଗୋବିନ୍ଦ ଏହି ଘଟଣାର ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଅନ୍ୟ ଅଭିଯୁକ୍ତମାନେ ହେଲେ କାଳୁ ପାଣିଗ୍ରାହୀ, ସନ୍ଦୀପ ଜେନା, ବାବା ମହାପାତ୍ର ଏବଂ ରଶ୍ମୀରଂଜନ ପାତ୍ର। ତେବେ ଏହି ହତ୍ୟ ଘଟଣାରେ ପ୍ରତିଶୋଧ ନା ଅନ୍ୟ କିଛି କାରଣ ରହିଛି ସେନେଇ ପୁଲିସ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲା। ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର