ବାଲୁଗାଁ: ବାଲୁଗାଁ ବାଇପାସରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଛିଡ଼ା ହୋଇଥିବା ବସକୁ ପଛପଟୁ ଟ୍ରକ୍ ପିଟିବା ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୯ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2021/11/vlcsnap-2021-11-27-09h17m53s185.png)
ମିଳିଥିବା ସୂଚନା ଅନୁଯାୟୀ, ମା’ ତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ବାଲୁଗାଁ ବାଇପାସରେ ଅଟକିଥିଲା। ସେଠାରେ କେତେକ ଯାତ୍ରୀ ଓ ଚାଳକ ପ୍ରମୁଖ ବସରୁ ଓହ୍ଲାଇ ଚା’ ପିଉଥିଲେ। ଏହି ସମୟରେ ଏକ ଟ୍ରକ୍ ଉକ୍ତ ବସକୁ ପଛପଟୁ ଟ୍ରକ୍ ପିଟିବା ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ଏହାଛଡ଼ା ୯ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ବ୍ରହ୍ମପୁରର ଏମକେସିଜିରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/3-Dies-on-Bus-Accidentt_Thumbnail-1.jpg)