ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୩୩ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ବିଜାପୁର ଜିଲ୍ଲାରେ ସକ୍ରିୟ ଥିବା ଗାଙ୍ଗଲୁର ଏରିଆ କମିଟିର ଏହି ୩୩ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ନକ୍ସଲ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରାଯାଇଥିଲା।ବିଜାପୁର ପୁଲିସ ଗାତାର ଅପରେସନ କରି ନକ୍ସଲଙ୍କୁ ଘାଇଲା କରିବା ପରେ ନକ୍ସଲ ଗୋଟିଏ ପଟେ ମୃତ୍ୟୁବରଣ କରୁଥିବା ବେଳେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି। ଆଉ କିଛି ନକ୍ସଲ ପୁଲିସ ଦ୍ବାରା ଗିରଫ ହୋଇ ଜେଲରେ ଭର୍ତ୍ତି ହୋଇଛନ୍ତି।
ସଂଗଠନରେ ଆଦିବାସୀଙ୍କ ଉପରେ ଲଗାତାର ଅତ୍ୟାଚାର କରାଯାଉଥିବା, ମହିଳାଙ୍କୁ ଅସଦାଚରଣ କରାଯିବା, ହିଂସାକୁ ପ୍ରାଧାନ୍ୟ ଦେବା, ସଦସ୍ୟମାନଙ୍କୁ ଭେଦଭାବ କରିବା, ନିର୍ଯାତନା ଦେବା, ମାଓବାଦୀ ହିଁ ମାଓବାଦୀ ଉପରେ ଲାଗାତାର ଅତ୍ୟାଚାର କରୁଥିଲେ।ଏସବୁ କାରଣରୁ ଏବଂ ସରକାରଙ୍କର ଘରକୁ ଫେରିଆସ ଯୋଜନାରେ ପ୍ରଭାବିତ ହୋଇ ଏମାନେ ସଂଗଠନ ଛାଡିଥିବା କହିଥିଲେ। ପୁଣି ହଂସା ଦ୍ବାରା କେବେ ମଧ୍ୟ ବିକାଶ ସମ୍ଭବ ନୁହେଁ ବୋଲି ଏମାନେ ବୁଝିପାରିଛନ୍ତି, ଯାହାଫଳରେ ଏମାନେ ବାକି ଜୀବନ ପରିବାରକୁ ଦେବା ସହ ସୁଖରେ କଟାଇବାକୁ ମନସ୍ଥ କରିଛନ୍ତି। ପୁଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଂକା ଲେଖଏଁ ଆର୍ଥିକ ସହାୟତା ଦେବା ସହ ଆତ୍ମନିର୍ଭରଶୀଳ କରାଯିବା ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପୁଲିସ କହିଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ନାମରେ ବହୁ କେଶ ରହିଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Mkg-33-naxal-surrender-1.jpg)