ମୁମ୍ବାଇ: ଲକ୍ଡାଉନକୁ ନେଇ ସୋସିଆଲ୍ ମିଡିଆରେ ଗୁଜବ ପ୍ରଘଟ କରିଥିବା କାରଣରୁ ମହାରାଷ୍ଟ୍ରର ୩୭ ଜଣ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ସୋସିଆଲ୍ ମିଡିଆରେ ଅପ୍ଡେଟ୍ ହୋଇଥିବା ପୋଷ୍ଟ୍ଟି ସାଂପ୍ରଦାୟିକା କଳହ ସୃଷ୍ଟି କରୁଛି ବୋଲି ମଙ୍ଗଳବାର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି।
୩୭ ଜଣଙ୍କ ଗିରଫ ପରେ ମନ୍ତ୍ରୀ ଦେଶମୁଖ କୌଣସି ପ୍ରକାରର ସଂପ୍ରଦାୟିକ ସଦ୍ଭାବନାକୁ କ୍ଷୁର୍ଣ୍ଣ କଲା ପରି ପୋଷ୍ଟ୍ ସୋସିଆଲ୍ ମିଡିଆରେ ନଦେବାକୁ କଡ଼ା କଡ଼ି ନିର୍ଦ୍ଦେଶ ଦେଇଛନ୍ତି।
ଲକ୍ଡାଉନ୍ ସମୟରେ ଫେସ୍ବୁକ୍ ଓ ହ୍ବାଟ୍ସଆପ୍ ପରି ସୋସିଆଲ୍ ନେଟୱର୍କିଂ ସାଇଟ୍ଗୁଡ଼ିକରେ ଗୁଜବ ପ୍ରଘଟ କରାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଅନୀଲ ଦେଶମୁଖ କହିଛନ୍ତି।
ଏବେ ସୁଦ୍ଧା ଏହି ମାମଲାକୁ ନେଇ ସମୁଦାୟ ୧୯୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୩୭ ଜଣଙ୍କୁ ଗିରଫ କରାଯାଇଛି। ଲକ୍ଡାଉନ୍ ସମୟରେ ସମସ୍ତେ ଏହାକୁ ମାନିକି ଚଳନ୍ତୁ ବୋଲି ଅନୀଲ ଦେଶମୁଖ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ ୨୫ ତାରିଖରୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ। ତାହାକୁ ଏବେ ବୃଦ୍ଧି କରାଇ ମେ ୩ ପର୍ଯ୍ୟନ୍ତ କରି ଦେଇଛନ୍ତି।