ଯାଜପୁରଟାଉନ/ସଦର : କରୋନା ସଂକ୍ରମଣ କେବେ କମିବ। ତାକୁ ନେଇ ଚିନ୍ତାରେ ଲୋକେ। ଲକ୍ଡାଉନକୁ ୧୧ ଦିନ ବିତିଥିଲେ ମଧ୍ୟ କରୋନା ସଂକ୍ରମଣ ଉପରେ ତାର କୌଣସି ପ୍ରଭାବ ପଡ଼ୁନାହିଁ। ଯାଜପୁର ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ଉପରେ ରହୁଥିବା ବେଳେ ସଂକ୍ରମଣ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟାରେ ୩୯୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଗ୍ରାମାଞ୍ଚଳରୁ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ତେବେ ଯାଜପୁର ଜିଲ୍ଲାରେ ବଢ଼ୁଥିବା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସାରା ରାଜ୍ୟରେ ଲକ୍ଡାଉନ ହେବାର ୧୧ ଦିନ ବିତିଯାଇଥିଲେ ମଧ୍ୟ ଯାଜପୁର ଜିଲ୍ଲାରେ ଏହାର ସେପରି ପ୍ରଭାବ ଦେଖିବାକୁ ମିଳୁନାହିଁ। ସହରରେ ପ୍ରବଳ ଭିଡ଼ ଓ ବିଭିନ୍ନ ଆଳ ଦେଖାଇ ଲୋକମାନେ ବାହାରେ ବୁଲୁଛନ୍ତି।
ସଂକ୍ରମଣର ଭୟ ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଉନାହିଁ। ଯାଜପୁର ଏବେ କରୋନା ସଂକ୍ରମଣର ଅଗ୍ରଣୀ ଜିଲ୍ଲା ତାଲିକାରେ ରହିଛି। ଜିଲ୍ଲାରେ ବର୍ତ୍ତମାନ ସକ୍ରିୟ ସଂକ୍ରମଣ ସଂଖ୍ୟା ୪ ହଜାର ମୁହାଁ ହୋଇଛି। ଏବେ ୩୭୫୦ରୁ ଊର୍ଦ୍ଧ୍ବ ସକ୍ରିୟ ସଂକ୍ରମିତ ବ୍ୟକ୍ତି ରହୁଥିବା ବେଳେ ଘରୋଇ ସଂଗରୋଧରେ ରହୁଥିବା ଲୋକମାନେ ନିୟମ ପାଳନ କରୁନଥିବାରୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ଜିଲ୍ଲାରେ ମାତ୍ର ୪୫୦ଟି କୋଭିଡ ବେଡ ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ତାଠାରୁ ଢେର ଅଧିକ ରହିଛି। ଏଯାଏ ମୋଟ ୧୯୯୧୩ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ୧୬୧୨୯ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ବଡ଼ଚଣାରେ ୨୫, ବରୀରେ ୩୨, ବିଂଝାରପୁରରେ ୪୧, ଦାନଗଦୀରେ ୨୧, ଧର୍ମଶାଳାରେ ୪୩, ଦଶରଥପୁରରୁ ୨୯, ଯାଜପୁରରେ ୨୯, ଯାଜପୁର ପୌରପାଳିକାରୁ ୧୧, କୋରେଇରୁ ୨୪, ରସୁଲପୁରରୁ ୨୭, ସୁକିନ୍ଦାରେ ୪୬, ବ୍ୟାସନଗରରେ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/corona-v.jpg)