୪୦ କିଲୋ ଗଞ୍ଜେଇ ଜବତ, ୨ ଛାତ୍ର ଗିରଫ

ଖଣ୍ଡଗିରି: ମଙ୍ଗଳବାର ଏସ୍‌ଟିଏଫ୍‌ ଓ ଖଣ୍ଡଗିରି ଥାନା ମିଳିତ ଚଢ଼ଉ କରି ପଞ୍ଚସଖାନଗରସ୍ଥିତ ଏକ ଘରୁ ୪୦ କିଲୋ ଗଞ୍ଜେଇ ଜବତ କରିବା ସହ ନିଶା କାରବାରରେ ସମ୍ପୃକ୍ତ ଅଭିଯୋଗରେ ୨ ଜଣ ଛାତ୍ରଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ବାଲେଶ୍ବରର ରାଜୀବ ପାତ୍ର ଓ ଉଜ୍ଜଲ୍‌ ପ୍ରଧାନ। ରାଜୀବ ଏକ ଇଂଜିନିୟରିଂ କଲେଜ ଛାତ୍ର ହୋଇଥିବା ବେଳେ ଉଜ୍ଜଲ୍‌ କୋଚିଂ ନେଉଥିବା ଜଣାପଡ଼ିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାନୁସାରେ ପାଖାପାଖି ଦୁଇ ମାସ ପୂର୍ବରୁ ଏହି ଦୁଇ ଜଣ ପଞ୍ଚସଖାନଗରରେ ଭଡ଼ା ଘର ନେଇ ରହି ନିଶା କାରବାର ଚଳାଇଥିଲେ। କନ୍ଧମାଳରୁ ଗଞ୍ଜେଇ ଚାଲାଣ କରି ସେମାନେ ରାଜଧାନୀରେ ବେଶ୍ ଚତୁରତାର ସହ ବେପାର କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌, ଖଣ୍ଡଗିରି ଥାନା ପୁଲିସ ସହଯୋଗରେ ଆଜି ସକାଳୁ ଚଢ଼ାଉ କରି ଏହି ଦୁଇ ଜଣଙ୍କ କାର୍‌ନାମାର ପର୍ଦାଫାସ କରିଥିଲା।

ସମ୍ବନ୍ଧିତ ଖବର