ଆଫଗାନିସ୍ତାନରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ; ଜମ୍ମୁ-କଶ୍ମୀର ଓ ଦିଲ୍ଲୀରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ: ଆଜି ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ପ୍ରଭାବରେ ଜମ୍ମୁ ଓ କଶ୍ମୀର ଏବଂ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ମୃଦୁ ଭୂକମ୍ପନ ଅନୁଭୂତ ହୋଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ କହିଛି, ଆଜି ପୂର୍ବାହ୍ନ ପ୍ରାୟ ୧୧.୧୯ରେ ଆଫଗାନିସ୍ତାନର ଫୈଜାବାଦର ଦକ୍ଷିଣପୂର୍ବକୁ ୭୦ କିଲୋମିଟର୍‌ ଦୂରରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ଭୂଗର୍ଭର ୨୨୦ କିଲୋମିଟର୍‌ ଅଭ୍ୟନ୍ତରରେ।

ଏହି ଭୂମିକମ୍ପ ପ୍ରଭାବରେ ପାକିସ୍ତାନ, ଜମ୍ମୁ ଓ କଶ୍ମୀରର ଶ୍ରୀନଗର ଏବଂ ପୁଞ୍ଚ ସମତେ ଜାତୀୟ ରାଜଧାନୀର ଅନେକ ପ୍ରାନ୍ତରେ କମ୍ପନ ଅନୁଭୂତ ହୋଇଛି।

ଏହି ଭୂମିକମ୍ପଜନିତ କୌଣସି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ।

ସମ୍ବନ୍ଧିତ ଖବର