ସୋରିଷ ତେଲର ୫ଟି ଭଲ ଗୁଣ, ନିଜ ଡାଏଟ୍‌ରେ କରନ୍ତୁ ବ୍ୟବହାର!

ଭଲ ହଜମ ପାଇଁ କୌଣସି ଔଷଧର ଆବ୍ୟଶକତା ନାହିଁ। ସୋରିଷ ତେଲରେ ରୋଷେଇ କରି ଖାଦ୍ୟ ଖାଇଲେ ଉତ୍ତମ ହଜମ ହୋଇଥାଏ ବୋଲି ଏବେ ଜାଣିବାକୁ ମିଳିଛି। ତେବେ, ଖାଲି ହଜମ କାହିଁକି ସୋରିଷ ତେଲର ଆହୁରି ଗୁଡ଼ାଏ ଭଳ ଗୁଣ ଅଛି। ଯାହା ବିଷୟରେ ଜାଣିଲା ପରେ ଆପଣ ସବୁବେଳେ ସୋରିଷ ତେଲ ଖାଇବାକୁ ଉଚିତ ମଣିବେ।

ସୋରିଷ ତେଲ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ସୁସ୍ଥକର। ଶରୀରରୁ କୋଲେଷ୍ଟ୍ରୋଲ୍‌ ହ୍ରାସ କରାଏ। ଏହି ତେଲ ରକ୍ତ ସଞ୍ଚାଳନ ମଧ୍ୟ ଭଲ କରାଏ। ଆମେରିକାରରେ କରାଯାଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଅନ୍ୟ ତେଲଗୁଡ଼ିକ ଅପେକ୍ଷା ସ୍ୱାସ୍ଥ୍ୟ ପକ୍ଷେ ସୋରିଷ ତେଲ୍‌ ଖୁବ୍‌ ଭଲ।

ଏହି ତେଲ ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍‌କୁ ପ୍ରତିରୋଧ କରେ। ଏହା ରୋଷେଇ କରି ଖାଆନ୍ତୁ କିମ୍ବା ଅନ୍ୟ କୌଣସି ଭର୍ତ୍ତା, ଚଟଣିରେ ପାକାନ୍ତୁ ଏହାର ଗୁଣ ସମାନ ରହେ। ଓଜନ ପ୍ରକିୟାରେ ହେଉଥିବା ଇନ୍‌ଫେକ୍ସନ ସହ ଏହା ଲଢ଼େଇ କରେ। ବ୍ୟାକ୍ଟେରିଆ ଏବଂ ଫଙ୍ଗଲ ଜନୀତ ହେଉଥିବା ଚର୍ମ ଇନ୍‌ଫେକ୍ସନରୁ ରକ୍ଷା କରେ। ଏକ କଲେଜ୍‌ର କିଛି ରସାୟନବିତ୍‌ ଏବଂ ସର୍ଜନଙ୍କ ଦ୍ୱାରା କରାଯାଇଥିବା ସର୍ଭେରୁ ଜାଣିବାକୁ ମିଳିଛି ଯେ ଏହା ଦାନ୍ତରେ ଥିବା ବ୍ୟାକ୍ଟେରିଆ ଦୂର କରେ।

ସୋରିଷ ତେଲରେ ଭିଟାମିନ୍‌ ଇ ରହିଛି। ଏହି ଭିଟାମିନ୍‌ ଇ ତ୍ୱଚା ଏବଂ କେଶ ପାଇଁ ଅତ୍ୟନ୍ତ ଭଲ। ଉଭୟ ଶରୀର ଏବଂ କେଶକୁ କୋମଳ କରିବାରେ ସୋରିଷ ତେଲ ଖୁବ୍‌ ଭଲ। ରୀତିମତ ସୋରିଷ ତେଲ ଖାଇବା ଦ୍ୱାରା ଶରୀର ଏବଂ କେଶର ରୁକ୍ଷ ପଣ ଦୂରେଇ ଦେଇ ହେବ।

ଯଦିଓ ଏକଥା ଆପଣ ବି ଜାଣିଥିବେ ଥଣ୍ଡା ଓ ଜ୍ୱର ଭଲ କରିବା ପାଇଁ ସୋରିଷ ତେଲ ଖୁବ୍‌ ଭଲ। କେବଳ ଖାଇବା ଦ୍ୱାରା ନୁହେଁ, ଥଣ୍ଡା ସମୟରେ ସୋରିଷ ତେଲ ପାଦରେ ଘଷିବା ଦ୍ୱାରା ମଧ୍ୟ ଉପଶମ ମିଳିଥାଏ।

ସମ୍ବନ୍ଧିତ ଖବର