ଚିତ୍ରଡ଼ା: ମୟୂରଭଂଜ ଜିଲ୍ଲା ମୋରଡ଼ା ବ୍ଲକ ତଥା ମୋରଡ଼ା ତହସିଲ ଅଧିନ ଦୁର୍ଗାପୁର ପଞ୍ଚାୟତର ଭାଲୁକଚୁଆ ଜଙ୍ଗଲ ନିକଟରେ ବ୍ୟାପକ ପରିମାଣର ଚୋରା ମଦ ପ୍ରସ୍ତୁତ ଭାଟି ଚାଲିଥିବାର ଖବର ପାଇ ଆଜି ଅବକାରୀ ବିଭାଗ ଉକ୍ତ ଚୋରା ମଦ ପ୍ରସ୍ତୁତ ଭାଟି ଉପରେ ଚଢ଼ାଉ କରି ଏକ ବଡ଼ ସଫଳତା ଲାଭ କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅବକାରୀ ବିଭାଗର ବାରିପଦା ସଦର ଇନିସପେକ୍ଟର ବିକାଶ ଟୋପ୍ନ, ମୋରଡ଼ା ଅବକାରୀ ଓଆଇସି ମଧୁସୂଦନ ସାହୁ, କୁଳିଅଣା ଅବକାରୀ ଓଆଇସି ମଞ୍ଜୁଲତା ରାଉତ, ବଡ଼ଜାମବଣି ଫାଣ୍ଡି ଅଧିକାରୀ ପବିତ୍ର ମୋହନ ରାଉତ ପ୍ରମୁଖ ସଦଳବଳେ ବ୍ୟାପକ ପରିମାଣର ଚୋରା ମଦ ପ୍ରସ୍ତୁତ ହେଉଥିବା ଭାଲୁକଚୁଆ ଜଙ୍ଗଲ ପାଖରେ ଚଢ଼ାଉ କରିଥିଲେ।।
/sambad/media/post_attachments/wp-content/uploads/2020/10/mor4-1024x461.jpg)
ମୋଟ ୪ଟି ଚୋରା ମଦ ଭାଟିକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ନଷ୍ଟ କରିବା ସହିତ ୫୦୦ ଲିଟର ରନ୍ଧା ମଦ, ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବଡ଼ ବଡ଼ ୮ଟି ଆଲୁମିନିୟମ ଡେକଚି, ୬୦ଟି ଭଲ ପ୍ଲାଷ୍ଟିକ ଡ୍ରମ, ଆଲୁମିନିୟମ ପାଇପକୁ ଜବତ କରିବା ସହିତ ୫୦୦୦ କିଲୋଗ୍ରାମ ମହୁଲ ପୋଚ ଏବଂ ୨୦୦ଟି ପ୍ଲାଷ୍ଟିକ ଡ୍ରମକୁ ଘଟଣାସ୍ଥଳରେ କାଟି ନଷ୍ଟ କରିଦେଇଥିବା ଜଣାପଡିଛି। ତେବେ ଅବକାରୀ ବିଭାଗ ଏବଂ ପୁଲିସ ସଦଳବଳେ ଚଢ଼ାଉ କରିବା ପୂର୍ବରୁ ଚୋରା ମଦ ପ୍ରସ୍ତୁତ କରୁଥିବା ମଦ ମାଫିଆମାନେ ଦୌଡ଼ି ପଳାଇ ଯିବାରେ ସକ୍ଷମ ହୋଇଥିବା ଜଣାପଡିଛି।
/sambad/media/post_attachments/wp-content/uploads/2020/10/mor3-1024x768.jpg)
ସୂଚନାଯୋଗ୍ୟ କି ଉକ୍ତ ସ୍ଥାନରେ ଚୋରା ଦେଶୀ ମଦ ପ୍ରସ୍ତୁତ ଭାଟି ଅନେକ ଚାଲିଥିବା ବେଳେ ଚଢ଼ାଉ ସପ୍ତାହକୁ ନିହାତି ଥରେ ହେଲେ ଏବଂ ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ମିଳିତ ଭାବରେ ଚଢ଼ାଉ ହେଲେ ଚୋରା ମଦ ପ୍ରସ୍ତୁତକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ଖାଲି ଭାଲୁକଚୁଆ ନୁହେଁ ମୋରଡ଼ା ବ୍ଲକ ତଥା ମୋରଡ଼ା ତହସିଲ ଅଞ୍ଚଳରେ ଚାଲିଥିବା ସମସ୍ତ ବେଆଇନ ତଥା ଚୋରା ଦେଶୀ ଏବଂ ବିଦେଶୀ ମଦ ଭାଟି ଏବଂ ଦୋକାନ ଗୁଡିକରେ ନିୟମିତ ଭାବେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଗଲେ ଚୋରା ମଦ ବେପାରୀଙ୍କ ଅଣ୍ଟା ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପାରିବ ଏବଂ ଚୋରା ମଦ ବେପାର ହ୍ରାସ ପାଇପାରିବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।
/sambad/media/post_attachments/wp-content/uploads/2020/10/mor2-1024x768.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/mor5.jpg)