ରାଜଧାନୀରେ ଆଜି ସୁସ୍ଥ ହୋଇଥିବା ୫୪ଜଣଙ୍କ ମଧ୍ୟରେ ରହିଛି ୩ ବର୍ଷିୟ ଶିଶୁ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୨ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ଭଲ ଖବର ହେଉଛି ଆଜି ୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୫୪ଜଣଙ୍କ ମଧ୍ୟରେ ଜଣେ ୩ବର୍ଷିୟ ଶିଶୁ ଥିବା ଜଣାପଡ଼ିଛି । ପଟିଆ ବିଗ୍ ବଜାର ନିକଟରେ ଥିବା ସଂପର୍କ ବିହାରରେ ଶିଶୁଟିର ଘରକୁ ବୋଲି ସୂଚନା ଦେଇଛି ବିଏମସି । ତେବେ ୫୪ଜଣଙ୍କ ମଧ୍ୟରେ ଖଣ୍ଡଗିରିର ସରଧାପାଲି ବସ୍ତିରୁ ଜଣେ, ସତ୍ୟ ନଗରର ରେଲୱେ କଲୋନୀରୁ ଜଣେ, ବରମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ଜଣେ, ବଡ଼ଗଡ଼ ନେତାଜୀ କ୍ଲବରୁ ଜଣେ, ପାତ୍ରପଡ଼ା ହନୁମାନ ମନ୍ଦିର ନିକଟାରୁ ଜଣେ, ଚନ୍ଦ୍ରଶେଖରପୁର ପ୍ରଗତି ବିହାରରୁ ଜଣେ, ଚକେଇଶିଆନିର ମଙ୍ଗଳା ମନ୍ଦିର ନିକଟରୁ ଜଣେ, ଲକ୍ଷ୍ମୀସାଗର ଉପର ସାହିରୁ ଜଣେ, ମଞ୍ଚେଶ୍ବରର ପ୍ରତିଦିନ ନିଉଜ୍ ଅଫିସ ନିକଟରୁ ୭ଜଣ ସୁସ୍ଥ ହୋଇଛନ୍ତି।

ସେହିଭଳି ବରମୁଣ୍ଡାର ହାଉସିଂବୋର୍ଡ କଲୋନୀରୁ ଜଣେ, କଲିଙ୍ଗ ନଗରରୁ ଜଣେ, ୟୁନିଟ୍-୪ ମ‌ାର୍କେଟ କମ୍ଲେକ୍ସ ନିକଟରୁ ଜଣେ, ଜୟଦେବ ବିହାରରୁ ଜଣେ, କଲିଙ୍ଗ ବିହାରର କେ-୮ରୁ ଜଣେ, ୟୁନିଟ୍-୪ ଏମଏଲଏ କଲୋନୀରୁ ଜଣେ, ନୟାପଲ୍ଲୀର ବେହେରା ସାହିରୁ ଜଣେ, ଅଶୋକ ନଗରସ୍ଥିତ ଏସିଆନ ହୋଟେଲ ନିକଟରୁ ଜଣେ, ପାତ୍ରପଡ଼ାର ଉଦୟଗିରି ବିହାରରେ ଥିବା ସାଇ ମନ୍ଦିର ନିକଟରୁ ଜଣେ, ସାଲିଆ ସାହିର ଶ୍ରୀକ୍ରିଷ୍ଣ ନଗରରୁ ଜଣେ, ପାତ୍ରପଡ଼ାର ଶ୍ରଦ୍ଧାସବୁରି ଆପାର୍ଟମେଣ୍ଟରୁ ଜଣେ, ଓଲଡ ଟାଉନର ଭୀମଟାଙ୍ଗୀ ରୋଡରୁ ଜଣେ, ୟୁନିଟ୍-୫ର କେଶରୀ ନଗରରୁ ଜଣେ, ପଟିଆ ବିଗ୍ ବଜାର ନିକଟରେ ଥିବା ସଂପର୍କ ବିହାରରୁ ଜଣେ, ଶତାବ୍ଦୀ ନଗରରୁ ଜଣେ, ବଡ଼ଗଡ଼ ବ୍ରିଟ୍ କଲୋନୀରୁ ଜଣେ, ବିବେକ‌ାନନ୍ଦ ମାର୍ଗର ମହାରଣା ସାହିରୁ ଜଣେ, ଘରୋଇ ଡାକ୍ତରଖାନାରୁ ଦୁଇ ଜଣ, ଅନ୍ୟ ଜିଲ୍ଲାରୁ ଆସି ଚିକିିତ୍ସିତ ହେଉଥିବା ୨ଜଣ, ଆଇଗିନିଆର ରୟାଲ ଗାର୍ଡେନ ନିକଟରୁ ଜଣେ, ଡ଼ୁମୁଡ଼ୁମା ସୁବାଶ ନଗରରୁ ଜଣେ, ପାତ୍ରପଡ଼ା ଏମ୍ସ ନାଗରୁ, ପଟିଆରୁ ଜଣେ, ଅନ୍ୟ ଜିଲ୍ଲାରୁ ଆସି ଚିକିିତ୍ସିତ ହେଉଥିବା ଜଣେ, ମଞ୍ଚେଶ୍ବରର ତୁହିଗାଟୁ ସାହିରୁ ଜଣେ, ଘରୋଇ ଡାକ୍ତରଖାନାରୁ ଜଣେ, ସାମନ୍ତରାପୁରସ୍ଥିତ ନୂଆଗାଓଁରୁ ୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏପର୍ଯ୍ୟନ୍ତ କେବଳ ରାଜଧାନୀରୁ ୧୦୪୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୫୭ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୭୪ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧିତ ଖବର