ଭାରତରେ କରୋନା ଟିକା ପ୍ରସ୍ତୁତି ବୁଲି ଦେଖିଲେ ବିଶ୍ୱର ୬୪ ଦେଶର ପ୍ରତିନିଧି, ହାଇଦ୍ରାବାଦ ଭାରତ ବାୟୋଟେକରେ ହେଲା ବୈଠକ

ହାଇଦ୍ରାବାଦ୍: ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ । ଏ ବିଷୟରେ ଜାଣିବା ପାଇଁ  ଭାରତରେ ଆଜି ପହଞ୍ଚିଛନ୍ତି ସାରା ବିଶ୍ୱର ୬୪ ଦେଶର ରାଷ୍ଟ୍ରଦୂତ । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଆଜି ହାଇଦ୍ରାବାଦରେ ପହଞ୍ଚି ଭାରତ ବାୟୋଟେକରେ ଟିକା ପ୍ରସ୍ତୁତି ଦେଖିଛନ୍ତି । ଏହି ଟିମ୍ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ ଲାବୋରୋଟୋରି ବୁଲି ଦେଖିଛନ୍ତି ।

ଭାରତରେ କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଭାରତ ବାୟୋଟେକ୍ । ବର୍ତ୍ତମାନ ଭାରତରେ ପ୍ରାୟ ୬ଟି କରୋନା ଟିକାର ପ୍ରସ୍ତୁତି କାମ ଚାଲିଛି । ଭାରତ ବାୟୋଟେକ୍ କୋଭାକ୍ସିନ୍ ନାମକ କରୋନା ଟିକା ମଧ୍ୟ ପ୍ରସ୍ତୁତି କରୁଛି । ଏହାର ଏବେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି । ଏହି ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଜିସିଜିଆଇକୁ ଅନୁମତି ମାଗିଛି ଭାରତ ବାୟୋଟେକ୍ । ଏପରି ସ୍ଥିତିରେ ୬୪ ଦେଶର ରାଷ୍ଟ୍ରଦୂତ ହାଇଦ୍ରାବା ସ୍ଥିତ ଟିକା ପ୍ରସ୍ତୁତକାରୀ କମ୍ପାନୀରେ ଟିକା ପ୍ରସ୍ତୁତି ତଦାରଖ କରିଛନ୍ତି ।

64 envoys in Hyderabad to visit firms developing COVID-19 vaccines
Opoyi

ବର୍ତ୍ତମାନ ଭାରତ ବିଶ୍ୱରେ ଟିକା ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଦେଶଙ୍କ ମଧ୍ୟରେ ଆଗୁଆ ରହିଛି । କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ଏକ ବଡ ଭୂମିକା ନିଭାଇବ ବୋଲି କୁହାଯାଉଛି । ସେପଟେ ଦେଶରେ କରୋନା ଟିକାର ସଂରକ୍ଷଣ ନେଇ ୨୯ ହଜାର କୋଲ୍ଡ ଚେନ୍ ବ୍ୟବସ୍ଥା କରୁଛନ୍ତି ସରକାର । ଯେଉଁଥିରେ ୮୫ ହଜାର ୬୮୩ଟି ଉପକରଣରେ ଟିକାକୁ ରଖିବାକୁ ବ୍ୟବସ୍ଥା କରାଯାଉଛି ।

ପ୍ରଥମ ପର୍ଯ୍ୟାୟ ଟିକାକରଣରେ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଏ ଦିଗରେ କାମ କରୁଥିବା ସ୍ବେଚ୍ଛାସେବୀଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ପ୍ରଥମ ଦଫାରେ ଭାରତ ସରକାର ପ୍ରାୟ ୩୦ କୋଟି ଲୋକଙ୍କ ନିକଟରେ ଟିକା ପହଁଚାଇବା ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଟିକାକରଣ ସହଜ କରିବାକୁ ଆଗୁଆ ଡାଟାବେସ୍ ମଧ୍ୟ ପ୍ରସ୍ତୁତ କଲେଣି ସରକାର । ଏସବୁର ବ୍ୟବସ୍ଥା ୬୪ ଦେଶର ପ୍ରତିନିଧି ମଧ୍ୟ ଦେଖିଛନ୍ତି । ସମସ୍ତ ବ୍ୟବସ୍ଥା ଦେଖିବା ପରେ ଭାରତରେ ଟିକା ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ।

ସମ୍ବନ୍ଧିତ ଖବର