ନୂଆଦିଲ୍ଲୀ: ଆଜି ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା ତିନୋଟି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତୀୟ ସେନାର ତିନିଜଣ ଯବାନ ସହିଦ ହୋଇଥିଲେ। ଏଥିସହ ହୋଇଥିବା ଗୁଳି ବିନିମୟରେ ତିନିଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ। ଏବେ ପାକିସ୍ତନର ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ ଜବାବ ଦେଇଛି ଭାରତୀୟ ସେନା। ପାକ୍ ସେନାକୁ ଜବାବ ଦେବାକୁ ଯାଇ କରାଯାଇଥିବା ଆକ୍ରମଣରେ ୭ରୁ ୮ଜଣ ପାକ୍ ଯବାନ ନିହତ ହୋଇଥିବା ସୂଚନା ମିଳିଛି । ଏହା ସହ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍ ଓ ସେନାର ବଙ୍କର୍ ଧ୍ୱଂସ କରିଛି ସେନା । ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ଦୁଇ-ତିନି ପାକିସ୍ତାନୀ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ (ଏସଏସଜି) କମାଣ୍ଡୋ ଥିବା ଭାରତୀୟ ସେନାର ସୂତ୍ର ପ୍ରକାଶ କରାଯାଇଛି।
