ଭୁବନେଶ୍ପର : ଆଜି ରାଜଧାନୀ ଭୁବନେଶ୍ବରରୁ ପୁଣି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ଜଣେ ଘରୋଇ ସଙ୍ଗରୋଧରେ ଥିବା ସମୟରେ ଅନ୍ୟ ୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ରାଜ୍ୟ ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। ଏହି ୮ ଜଣଙ୍କ ମଧ୍ୟରୁ ଭୁବନେଶ୍ବର ସିରିପୁର ନିକଟସ୍ଥ ଲକ୍ଷ୍ମୀବଜାର ବସ୍ତିରୁ ୪ ଜଣ(୫୦ବର୍ଷୀୟ ପୁରୁଷ,୧୮ବର୍ଷିୟ ଯୁବକ, ୩୧ ଏବଂ ୩୮ବର୍ଷିଆ ମହିଳା), ଏକ ଘରୋଇ ହସ୍ପିଟାଲର ୩ କର୍ମଚାରୀ(୩୮ବର୍ଷୀୟ ପୁରୁଷ,୪୨ବର୍ଷିୟପୁରୁଷ ଏବଂ ୪୧ବର୍ଷିୟ ପୁରୁଷ) ଏବଂ ଜଣେ ୫୨ବର୍ଷିୟ ଘରୋଇ ସିକ୍ୟୁରିଟି ଗାର୍ଡ ଅଛନ୍ତି। ତେବେ ଘରୋଇ ସଙ୍ଗରୋଧରେ ଥିବା ଏକମାତ୍ର ଆକ୍ରାନ୍ତ ଜଣେ ୨୬ ବର୍ଷୀୟା ମହିଳା ଓ ସେ ଦିଲ୍ଲୀରୁ ଫେରିଥିଲେ ବୋଲି ସୂଚନା ଦେଇଛି ବିଏମସି। ଏହା ସହ ସିରିପୁର ନିକଟସ୍ଥ ଲକ୍ଷ୍ମୀବଜାର ବସ୍ତିରୁ ଚିହ୍ନଟ ୪ ଜଣ ଏବଂ ଘରୋଇ ହସ୍ପିଟାଲରୁ ଚିହ୍ନଟ ୩ଜଣ କର୍ମଚାରୀ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ତେବେ ଏ ଭିତରେ ଆଶ୍ବସ୍ତିକର ସୂଚନା ହେଲା ଆଜି ଚିକିତ୍ସିତ ଥିବା ୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 27th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/sKM1JxHc0B— BMC (@bmcbbsr) June 27, 2020
ସୁସ୍ଥ ହୋଇଥିବା ୧୦ଜଣଙ୍କ ମଧ୍ୟରେ ସତ୍ୟ ନଗର ବିଗ ବଜାର ନିକଟରୁ ଜଣେ ୨୭ବର୍ଷିୟ ଯୁବକ, ଏୟାରପୋର୍ଟ ନିକଟସ୍ଥ ଭୀମପୁର ଅଞ୍ଚଳରୁ ଗୋଟେ ପରିବାରର ୨ଜଣ(୩୪ବର୍ଷିୟ ପୁରୁଷ, ୬୨ବର୍ଷୀୟା ମହିଳା), ସାଲିଆ ସହି ନିରନକରି ନଗରରୁ ୧୯ବର୍ଷିୟ ଯୁବକ, ୪ଜଣ ରେଳ କର୍ମଚାରୀ(୩୮ବର୍ଷ, ୩୦ବର୍ଷ, ୩୪ବର୍ଷ, ୩୧ବର୍ଷ ବର୍ଷୀୟ ପୁରୁଷ) ଏବଂ ଡୁମୁଡୁମା ଏଚବି କଲୋନୀରୁ ୨ଜଣ(୪୫ବର୍ଷୀୟା ମହିଳା, ୧୦ବର୍ଷୀୟ ବାଳକ) ରହିଥିବା ଜଣା ପଡିଛି |