ମୋହନା: ଗଜପତି ଜିଲ୍ଲା ମୋହନାର ଏକ ହୋଟେଲରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଗୁରୁବାର ସକାଳେ ଏକ ବିରାଟ ଅହିରାଜ ସାପ ହୋଟେଲ ଭିତରେ ଥିବା ଦେଖି ସ୍ଥାନୀୟ ବନବିଭାଗକୁ ହୋଟେଲ କର୍ମଚାରୀ ଖବର ଦେଇଥିଲେ।
ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସତର୍କତାର ସହ ଅହିରାଜକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଅହିରାଜ ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା କୁହାଯାଉଛି। ଅହିରାଜ ସାପ ଦେଖିବାକୁ ହୋଟେଲ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/14-16.jpg)