ଏହି କାରଣ ପାଇଁ ଜନ୍ମଦିନର ଗୋଟେ ଦିନ ପରେ ସୋସିଆଲ ମିଡିଆ ଛାଡ଼ିଲେ ବଲିଉଡ ଅଭିନେତା ଆମୀର ଖାନ

ମୁମ୍ବାଇ: ଜନ୍ମଦିନର ଗୋଟେ ଦିନ ପରେ ସୋସିଆଲ ମିଡିଆ ଛାଡ଼ିଛନ୍ତି ବଲିଉଡ ଅଭିନେତା ଆମୀର ଖାନ। ଏ ନେଇ ସେ ନିଜର ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ନିଜର ଶେଷ ଟୁଇଟ ମାଧ୍ୟମରେ ଆମୀର ଖାନ ସୋସିଆଲ ମିଡିଆ ଛାଡ଼ୁଥିବା ସଂପର୍କରେ ଲେଖିବା ସହ ଛାଡ଼ିବାର କାରଣ ମଧ୍ୟ ଜଣାଇଛନ୍ତି।

ଟୁଇଟରେ ଲେଖାଯାଇଛି ଯେ, ମୋର ଜନ୍ମଦିନରେ ଆପଣମାନେ ଦେଇଥିବା ସମସ୍ତ ଭଲପାଇବା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ମୋର ହୃଦୟ ଭରି ଯାଇଛି। ଆଉ ଏକ ଖବର ହେଲା, ସୋସିଆଲ ମିଡିଆରେ ଏହା ମୋର ଶେଷ ପୋଷ୍ଟ ହେବାକୁ ଯାଉଛି। ମୁଁ ସୋସିଆଲ ମିଡିଆରେ ବହୁତ ସକ୍ରିୟ ବୋଲି ବିଚାର କରି ଏହାକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଆମେ ପୂର୍ବ ପରି ଯୋଗାଯୋଗ ଜାରି ରଖିବୁ। ଏଥିସହ, ଏକେପି ଏହାର ଅଫିସିଆଲ୍ ଚ୍ୟାନେଲ୍ ତିଆରି କରିଛି। ତେଣୁ ମୋ ସଂପର୍କରେ ଏବଂ ମୋର ଚଳଚ୍ଚିତ୍ରକୁ ନେଇ ଭବିଷ୍ୟତର ଅପଡେଟଗୁଡ଼ିକ ସେଠାରେ ମିଳିପାରିବ। ଏହାର ଅଫିସିଆଲ୍ ହ୍ୟାଣ୍ଡଲ୍ ହେଉଛି @ଏକେପିପିଏଲ_ଅଫିସିଆଲ। ତେବେ ଏହା ପ୍ରଥମ ନୁହେଁ, ଏହାପୂର୍ବରୁ ଫିଲ୍ମ ଲାଲ ସିଂହ ଚଢ଼ାର ନିର୍ମାଣରେ  ଧ୍ୟାନ ଦେବା ପାଇଁ ଆମୀର ଖାନ ନିଜର ଫୋନ ସୁଇଚ ଅଫ କରିଦେଇଥିଲେ।

ସମ୍ବନ୍ଧିତ ଖବର