ମୁମ୍ବାଇ: ବଲିଉଡର ହଟ୍‌ କପଲ ଅଭିଷେକ ବଚ୍ଚନ -ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଣେ ପ୍ରଯୋଜକଙ୍କ ପାର୍ଟିରେ ଖୁବ ରୋମାଣ୍ଟିକ୍‌ ମୁଡରେ ଦିଶୁଥିଲେ। ଏ ଦୁହେଁ ଜଣାଶୁଣା ପ୍ରଯୋଜକ ବଣ୍ଟି ଓ୍ଵାଲିଆଙ୍କ ବାର୍ଥ ଡେ ପାର୍ଟିରେ ଯୋଗ ଦେବାପାଇଁ ପହଞ୍ଚିଥିଲେ। ସେଠାରେ ଉଭୟଙ୍କୁ ବେଶ ଷ୍ଟାଇଲିସ୍ ଢ଼ଙ୍ଗରେ ଦେଖିବାକୁ ମିଳିଥିଲା। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ମଲଟି କଲର୍ ସ୍ଲିଭଲେସ୍ ଡ୍ରେସ୍ ପିନ୍ଧି ଖୁବ୍ ଗର୍ଜିଅସ୍ ଲାଗୁଥିଲେ। ଅନପକ୍ଷରେ ଅଭିଷେକ ବଚ୍ଚନ ସ୍ୱେଟର-ସର୍ଟ ପିନ୍ଧିଥିଲେ।

Advertisment

publive-image photo-amarujala

ଏହି ସେଲିବ୍ରିଟି କପଲ ଯେତେବେଳେ କାରରୁ ଓଲ୍ହାଇଥିଲେ ସେତେବେଳେ ଦୁହେଁ ପରସ୍ପରର ହାତ ଧରାଧରି ହୋଇ ନଜର ଆସିଥିଲେ।ପାର୍ଟିରେ ବି ଉଭୟେ ଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ। ଉଭୟଙ୍କର ଏହି ରୋମାଣ୍ଟିକ୍‌ ମୁଡର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।ଏହିି ପାର୍ଟିରେ ଅନ୍ୟମାନଙ୍କ ଭିତରେ ରଣବୀର୍‌ କପୁର ବି ଉପସ୍ଥିତ ଥିଲେ। ପାର୍ଟି ସରିବାପରେ ରଣବୀର ଅଭିଷେକଙ୍କ ଗାଡିରେ ଫେରିବାର ଦେଖିବାର ମିଳିଥିଲା। ଫଳତଃ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ କାରର ପଛପଟ ସିଟରେ ବସିବାକୁ ପଡ଼ିଥିଲା।