ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଘାଟିରେ ଟ୍ରକ୍ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିବା ଜଣାଯାଇଛି। ଏହାଫଳରେ ଅଟୋରେ ଥିବା ଚାରି ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ କୋରୁକୋଣ୍ଡା ଚିକିତ୍ସାଳୟକୁ ଅଣା ଯାଇଛି। ଏମାନଙ୍କ ଭିତରୁ ଜଣକର ହାତ ଭାଙ୍ଗିଥିବା ବେଳେ, ଆଉ ଜଣଙ୍କର ଛାତିରେ ଆଘାତ ଲାଗିଛି।
କୋରୁକୋଣ୍ଡା ମେଡିକାଲରୁ ଏଦୁହିଁଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାଲିମେଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-185.jpg)