କିପରି ଏହି ଓଲିଉଡ ଅଭିନେତାଙ୍କୁ ମିଳିଥିଲା ପ୍ରଥମ ସିନେମା ?

ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ଅଜିତ୍‌ ଦାସ ‘ସିନ୍ଦୁର ବିନ୍ଦୁ’ ସିନେମାରେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ । ହେଲେ ତାଙ୍କୁ କିଭଳି ଏହି ସିନେମାରେ କାମ କରିବାର ସୁଯୋଗ ମିଳିଥିଲା।, ତାହା ପଛରେ ରହିଛି ଏକ ମଜାଦାର କାହାଣୀ।

କଂରଜିଆ କଲେଜ୍‌ରେ ଗ୍ରାଜୁଏସନ୍‌ କରିବା ଯାଏଁ ‘ନ୍ୟାସ୍‌ନାଲ୍‌ ଅଫ୍‌ ଡ୍ରାମା’ସଂପର୍କରେ କିଛି ଜାଣିନଥିଲେ। ଆକସ୍ମିକ ଭାବେ ଓଲିଉଡ଼୍‍ର ଅନ୍ୟତମ ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆସିଥା’ନ୍ତି କରଂଜିଆ,ଯେଉଁଠି ଅଜିତ୍‌ ଦାସଙ୍କ ସହ ତାଙ୍କର ଦେଖାହୁଏ।ଅଜିତ୍‌ ଦାସ ସେତେବେଳେ ସେ ଅଞ୍ଚଳରେ ଅଭିନେତା ଭାବେ ବେଶ୍‌ ଜଣାଶୁଣା ହୋଇସାରିଥା’ନ୍ତି। ବିଜୟ ମହାନ୍ତି ଅଜିତ୍‌ ଦାସଙ୍କୁ ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଇଥିଲେ। ବିଜୟଙ୍କ କଥା ମାନି ଅଜିତ୍‌ ଏନ୍‌.ଏସ୍‌.ଡ଼ିରେ ପଢ଼ିଥିଲେ।

ଏନ୍‌.ଏସ୍‌.ଡ଼ିରେ ପଢ଼ିବାବେଳେ ଅଜିତ୍‌ ଦାସ ଭାବୁଥିଲେ ଏଠୁଁ ପାଶ୍‌ କରିବାପରେ କ’ଣ କରିବେ। ତାଙ୍କର ଚାରିଜଣ ସାଙ୍ଗ ନିଷ୍ପତ୍ତି ନେଇଥିଲେ ଯେ ତାଙ୍କର ସିନିଅର୍‌ ଏନ୍‌.ଏସ୍‌.ଡ଼ି ଛାତ୍ର ଓମ୍‌ପୁରୀ ଓ ନାଶିରୁଦ୍ଦିନ ଶାହାଙ୍କ ପରି ସେମାନେ ବଲିଉଡ଼୍‍ରେ କାମ ଖୋଜିବେ। ଏଣେ ଏନ୍‌.ଏସ୍‌.ଡ଼ି. ପାଠପଢ଼ା ସରିବା ପରେ ସେ ଓ ତାଙ୍କର ଅନ୍ୟ ତିନିଜଣ ସାଙ୍ଗ ବମ୍ବେ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ଜଣେ ସହପାଠୀଙ୍କର ଦେହ ଖରାପ ହେଲା।ଏଣୁ ବମ୍ବେ ଯିବା ସାମୟିକ ଭାବେ ସ୍ଥଗିତ ହେଲା। ଏହାପରେ ସେ କେବେ ବି ବଲିଉଡ ଯାଇନାହାନ୍ତି।

ଧୀର ବିଶ୍ୱାଳ ଓ ଶିଶିର ମିଶ୍ର ଉଭୟେ ଅଜିତ୍‌ ଦାସଙ୍କୁ ‘ସିନ୍ଦୁର ବିନ୍ଦୁ’ରେ ମୁଖ୍ୟ ଖଳନାୟକର ଭୂମିକା ଦେଇଥିଲେ। ଅଜିତ୍‌ ଦାସ ଭାବିନଥିଲେ ଯେ ,ତାଙ୍କୁ ପ୍ରଥମ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିବାକୁ ପଡ଼ିବ ବୋଲି!

ସେହି ସମୟରେ ପ୍ରଯୋଜକ ଧୀର ବିଶ୍ୱାଳ ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରୁଥା’ନ୍ତି। ଏନ୍‌.ଏସ୍‌.ଡ଼ିରେ ପଢ଼ୁଥିବାବେଳେ ହିଁ ଅଜିତ୍‌ ଦାସ ଧୀର ବାବୁଙ୍କ ପାଖକୁ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ଏନ୍‌.ଏସ୍‌.ଡ଼ିରେ ପଢ଼ୁଥିବା କଥା ତଥା କଳା ପ୍ରତିଭା କଥା ଜଣାଇ ଏକ ଚିଠି ଲେଖିଥିଲେ। ତାଙ୍କର ଇଛା ଥିଲା କି ଧୀର ବିଶ୍ୱାଳ କୌଣସି ସିନେମାରେ ତାଙ୍କୁ ଅଭିନୟ କରିବାର ସୁଯୋଗ ଦେବେ। ବହୁଦିନ ଧରି ଚିଠି ପଠାଇ ଉତ୍ତର ଅପେକ୍ଷାରେ ଥାଆନ୍ତି ଅଜିତ୍‌ ଦାସ। ଦିନେ ଧୀର ବିଶ୍ୱାଳ ଅଜିତ୍‌ ଦାସଙ୍କୁ କଟକ ଆସି ତାଙ୍କୁ ଭେଟିବା ଲାଗି ଚିଠି ଲେଖି ଜଣାଇଲେ। ଅଜିତ୍‌ ଦାସ ଚିଠି ପାଇଲା ପରେ କଟକ ଆସି ଭରତପୁର ବାସଭବନରେ ଧୀର ବିଶ୍ୱାଳଙ୍କୁ ଭେଟିଲେ। ସେହି ସମୟରେ ଶିଶିର ମିଶ୍ର ବମ୍ବେରୁ ଆସି ଧୀରଙ୍କ ପ୍ରଯୋଜନାରେ ‘ସିନ୍ଦୁର ବିନ୍ଦୁ’ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥା’ନ୍ତି।

ଧୀର ବିଶ୍ୱାଳ ଓ ଶିଶିର ମିଶ୍ର ଉଭୟେ ଅଜିତ୍‌ ଦାସଙ୍କୁ ‘ସିନ୍ଦୁର ବିନ୍ଦୁ’ରେ ମୁଖ୍ୟ ଖଳନାୟକର ଭୂମିକା ଦେଇଥିଲେ। ଅଜିତ୍‌ ଦାସ ଭାବିନଥିଲେ ଯେ ,ତାଙ୍କୁ ପ୍ରଥମ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିବାକୁ ପଡ଼ିବ ବୋଲି! କିନ୍ତୁ ଅଭିନେତା ହବା କାରଣରୁ ସେ ଏହାକୁ ଗ୍ରହଣ କରିନେଇଥିଲେ।ପ୍ରଥମ ସିନେମାରେ ଖଳନାୟକ ଭୂମିକା ନିଭାଇଥିବା ଅଜିତ ପରେ ନାୟକ ଏବଂ ଚରିତ୍ର ଅଭିନେତାଭାବେ ପରଦାକୁ ଆସିଛନ୍ତି। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ହେଲା- ଗୌରୀ,ବଳିଦାନ,ଶଙ୍ଖମହୁରୀ,ମମତାର ଡୋରି,ଏଇ ତ ଦୁନିଆ,ସହରୀ ବାଘ, ତୁଣ୍ଡବାଇଦ, ଆମ ଭିତରେ କିଛି ଅଛି,ଅଭିମନ୍ୟୁ ଇତ୍ୟାଦି।

ସମ୍ବନ୍ଧିତ ଖବର