ମୁମ୍ବାଇ:ଅଭିନେତା ଇଫ୍ତ ଖାର୍ଙ୍କ ନାମ ଭାରତୀୟ ସିନେମାର ଜଣେ କାଳଜୟୀ ଚରିତ୍ର ଅଭିନେତାଙ୍କ ମଧ୍ୟରେ ସର୍ବଦା ସ୍ମରଣୀୟ ହୋଇପାରିବ।ସେ ଏଭଳି ଜଣେ ଅଭିନେତା,ଯିଏକି ସର୍ବାଧିକ ଚଳଚ୍ଚିତ୍ରରେ ପୁଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି।
ଇଫ୍ତ ଖାରଙ୍କ ଜନ୍ମ ୧୯୨୦ ମସିହା ଫେବୃଆରୀ ୨୨ ତାରିଖରେ ଆନ୍ଧ୍ରପ୍ରଦେଶର ନେଲୋର ଠାରେ ହୋଇଥିଲା।ପିଲାଦିନରୁ ତାଙ୍କର ଗୀତ ଗାଇବାର ପ୍ରବଳ ଆଗ୍ରହ ଥିଲା।ସେ ବଡ଼ ହେଲେ ଜଣେ କଣ୍ଠଶିଳ୍ପୀ ହେବେ ବୋଲି ସ୍ଥିର କରିଥିଲେ ,କିନ୍ତୁ ନିର୍ଦ୍ଦେଶକ କମଲ ଦାସ ଗୁପ୍ତା ତାଙ୍କୁ ଜଣେ ଅଭିନେତା କରିବାକୁ ଚାହିଁଲେ।
୧୯୩୭ ମସିହାରେ ଇଫ୍ତ ଖାରଙ୍କ ପ୍ରଥମ ସିନେମା କଜାକ୍କୀ ଲଡ଼କୀ ରିଲିଜ୍ ହୋଇଥିଲା। ଏହାପରେ ସେ ଚରିତ୍ର ଅଭିନେତା ଭାବେ ଦୁଇ ଶହରୁ ଉର୍ଦ୍ଧ୍ୱ ସିନେମାରେ କାମ କରିଲେ। ବଲିଉଡ଼୍ର ସବର୍ଣ୍ଣ ଯୁଗରେ ସେ ଜେଜେ ବାପା,କାକା,ପୋଲିସ ଅଧିକାରୀ,ପୋଲିସ କମିସନର୍,ପୋଲିସ ଡ଼ିଜି,ଜଜ୍,ଡ଼ାକ୍ତର ଓ ଇନ୍ସ୍ପେକ୍ଟର ଭୂମିକାରେ ମୁଖ୍ୟତଃ ଅଭିନୟ କରିଥିଲେ।ତାଙ୍କର ସ୍ମରଣୀୟ ସିନେମା ଗୁଡ଼ିକ ମଧ୍ୟରେ ରହିଛି-ଦୀଓ୍ଵାର୍,ଡ଼ନ୍,ଜଂଜୀର୍,ବନ୍ଦିନୀ,ଶହୀଦ୍,ସଙ୍ଗମ୍,ତିସରୀ କସମ୍,ଜନି ମେରା ନାମ୍,ହରେ ରାମ୍ ହରେ କୃଷ୍ଣା,ପାକିଜା,ତିସରୀ ମଂଜିଲ୍ରେ କାମ କରି ସର୍ବାଧିକ ଚର୍ଚ୍ଚିତ ହୋଇଥିଲେ।
ହିନ୍ଦୀ ସିନେମା ବ୍ୟତୀତ ଇଫ୍ତ ଖାର୍ ହଲିଉଡ଼୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି।ସେ ଗୁଜୁରାଟୀ ଓ ଭୋଜପୁରୀ ଭଳି ଆଞ୍ଚଳିକ ଭାଷାର ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।
/sambad/media/post_attachments/wp-content/uploads/2017/12/iftekhar-cinestaan.comjpg-300x254.jpg)
ଅଭିନେତା ଅଶୋକ କୁମାର ଇଫ୍ତ ଖାର୍ଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖୁବ୍ ସାହାଯ୍ୟ କରିଥିଲେ।ଯେଉଁ ସମୟରେ ପ୍ରାନ୍ ଓ ମଦନପୁରୀ ଖଳନାୟକ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ,ସେହି ସମୟରେ ଇଫ୍ତ ଖାର୍ ଚରିତ୍ର ଅଭିନେତା ଭାବେ ଖୁବ୍ ଲୋକପ୍ରିୟ ହୋଇଥିଲେ।୧୯୯୫ ମସିହା ମାର୍ଚ୍ଚ ୪ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।