ପାଟଣାଗଡ଼: ପାଟଣାଗଡ଼ ସଅଁରାପଡା ସଂଲଗ୍ନ କୁସୁମତଲରେ ରହୁଥିବା ବୁଲୁ ଜାନୀ ସମେତ ପରିବାରର ୬ ଜଣଙ୍କୁ ହତ୍ୟା ମାମାଲାରେ ବଲାଙ୍ଗୀର ପୁଲିସ ୭ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କୋଭିଡ ୧୯ ପରୀକ୍ଷା ପରେ ଗୁରୁବାର ପାଟଣାଗଡ଼ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା | ବର୍ତ୍ତମାନ ସମସ୍ତ ୭ ଅଭିଯୁକ୍ତ ଜେଲ ଯାଇଥିବା ଜଣାପଡିଛି | ପାତିଆରା ତଥା ପୂର୍ବ ଶତୃତାକୁ ନେଇ ପାଟଣାଗଡ଼ ସଅଁରାପଡା ସଂଲଗ୍ନ କୁସୁମତଲରେ ରହୁଥିବା ବୁଲୁ ଜାନୀ ସମେତ ପରିବାରର ୬ ଜଣଙ୍କୁ ହତ୍ୟା କରା ଯାଇଥିବା ଜଣାପଡିଛି | ପୁଲିସ ଘଟଣାର ତଦନ୍ତ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ଗିରଫ କରିଥିଲା | ବୁଧବାର ବଲାଙ୍ଗୀର ଏସପି ସନ୍ଦୀପ ମାଡକର ପାଟଣାଗଡ଼ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଥିଲେ | ଏହି ହତ୍ୟାକାଣ୍ଡଟି ପାତିଆରା ତଥା ପୂର୍ବ ଶତୃତାକୁ ନେଇ ଭିଆଇଥିବା ନେଇ ସୂଚନା ଦେଇଥିଲେ | ଗୁରୁବାର ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କ କୋଭିଡ ପରୀକ୍ଷା କରାଯାଇଥିଲା |

Advertisment

ଏହା ପରେ ସେମାନଙ୍କୁ ପାଟଣାଗଡ଼ ଏସଡିଜେଏମ କୋର୍ଟରେ ହାଜର କରା ଯାଇଥିଲାା ପରେ ସମସ୍ତ ୭ ଅଭିଯୁକ୍ତ( ବାବୁଲାଲ ଜାନୀ, ଛାୟା ଗୋଣ୍ଡ ଓରଫ ମାଝୀ, ବଳଦେବ ଗୋଣ୍ଡ ଓରଫ ମାଝୀ, ମନୀଶ ଗୋଣ୍ଡ ଓରଫ ମାଝୀ, ଭୋଲା ଜାନୀ, ଶିବା ଜାନୀ, ବିକଲ କଇରୀ ଓରଫ ସିହ) ଙ୍କୁ ଜେଲ ପଠାଇ ଦିଆ ଯାଇଥିବା ଜଣାପଡିଛି | ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗଙ୍ଗୁୱା ଓ ତାର ପୁଅ ଦେବରାଜ ଫେରାର୍ ଥିବା ଜଣାପଡିଛି |

ଏଠାରେ ପ୍ରକାଶ ଥାଉ କି, ଗତ ୧୦ ତାରିଖ ବିଳମ୍ବିତ ରାତିରେ ପାଟଣାଗଡ଼ ସଅଁରାପଡା ସଂଲଗ୍ନ କୁସୁମତଲରେ ରହୁଥିବା ବୁଲୁ ଜାନୀ ସହ ତାର ପରିବାରର ୬ ଜଣଙ୍କୁ ହତ୍ୟା କରି କମ୍ବଳରେ ଘୋଡାଇ ଦେଇ ଅଭିଯୁକ୍ତ ମାନେ ଫେରା ମାରିଥିଲେ | ପର ଦିନ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଠାରୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଥିଲାା ବଲାଙ୍ଗୀର ଏସପି, ଅତିରିକ୍ତ ଏସପି, ପାଟଣାଗଡ଼ ଏସଡିପିଓ, କଣ୍ଟାବାଞ୍ଜୀ ଏସଡିପିଓ, ବଲାଙ୍ଗୀର ସଦର ଥାନାଧିକାରୀ, ପାଟଣାଗଡ଼ ଥାନାଧିକାରୀ ସହ ପୁଲିସ କର୍ମଚାରୀ ମାନେ ପହଞ୍ଚିବା ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରକୁ ନେଇ ତଦନ୍ତ ଚଳାଇଥିଲା ପୁଲିସ | ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ | ପର ଦିନ ମୃତ ବୁଲୁ ଜାନୀର ଭୁବନେଶ୍ବରରେ ରହୁଥିବା ୫ ପୁଅ ପାଟଣାଗଡ଼ରେ ପହଞ୍ଚିବା ପରେ ସେମାନେ ଥାନାରେ ଏହା ପୂର୍ବ ଶତୃତାକୁ ନେଇ ହତ୍ୟା କରା ଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ |

publive-image

ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ପୁଲିସ କେସ ନଂ ୨୫୪/୨୦ରେ ଏକ ମାମାଲା ରୁଜୁ କରି ଘଟଣା ତଦନ୍ତ କରିଥିଲାା ପ୍ରଥମେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଭୋଲା ଓ ଶିବାକୁ ପୁଲିସ ଉଠାଇ ନେଇ ପଚରା ଉଚୁରା କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ଅନ୍ତର୍ଗତ ଦେଉଲକଣା ଗ୍ରାମରେ ପହଞ୍ଚିଥିଲା ପୁଲିସ | ସେଠାରୁ ୫ ଜଣଙ୍କୁ ଉଠାଇ ଅନ୍ୟ ଏକ ସ୍ଥାନରେ ରଖି ପଚରା ଉଚୁରା କରୁଥିଲାା ତେବେ ଦେଉଲକଣା ଗ୍ରାମରୁ ପୁଲିସ ଏକ ଘରୁ ଗୋଟିଏ ଚିଠି ପାଇଥିଲାା ସେ ଚିଠିରେ ତୁମ ଭଳି ପୁଲିସ ମୋତେ ଧରି ପାରିବେ ନାହିଁ ବୋଲି ଉଲ୍ଲେଖ ଥିବା ଲେଖାଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗଙ୍ଗୱା ଲେଖି ଫେରାର ହୋଇ ଯାଇଥିବା ଜଣାପଡିଥିଲାା ଗଙ୍ଗୁୱା ଓ ତାର ପୁଅ ଦେବରାଜ ବର୍ତ୍ତମାନ ସୁଦ୍ଧା ଫେରାର୍ ହୋଇଥିବା ଜଣାପଡିଛି | ତେବେ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗଙ୍ଗୁୱା ଓ ତାର ପୁଅ ଦେବରାଜ କେବେ ପୁଲିସ ହାତରେ ଧରା ପଡିବେ ତାହା ଦେଖିବାକୁ ରହିଲାା