ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ନୂଆ ସିନେମା ‘ରେଡ୍‌’ ସୁପରହିଟ୍‌ ହେବାପରେ ସେ ଏବେ ନୂଆ ସିନେମା ସାଇନ୍‌ କରୁଛନ୍ତି। ଏଥିମଧ୍ୟରୁ ସେ ତୃତୀୟ ଥର ଲାଗି ନିର୍ଦ୍ଦେଶକ ଅଶ୍ୱିନୀ ଧୀରଙ୍କ ସହ ଏକ ଫିଲ୍ମ କରିବେ ବୋଲି ଜଣାଯାଇଛି। ଅଶ୍ୱିନୀ ଧୀର ପୂର୍ବରୁ ଅଜୟଙ୍କୁ ନେଇ ସୁପରହିଟ୍‌ ଫିଲ୍ମ ‘ଅତିଥି ତୁମ୍‌ କବ୍‌ ଜାଓଗେ’ ଏବଂ ‘ସନ୍‌ ଅଫ୍‌ ସର୍ଦ୍ଦାର୍‌’ ତିଆରି କରିଥିଲେ। ଏବେ ପୁଣି ଅଜୟ ଦେବଗନଙ୍କ ସହ ଏକ କମେଡି ଫିଲ୍ମ କରିବେ ବୋଲି ଅଶ୍ୱିନୀ ଧୀର ସୂଚନା ଦେଇଛନ୍ତି।

Advertisment

publive-image

photo-navbharattimes

ସେ କହିଛନ୍ତି ଯେ ଇତିମଧ୍ୟରେ ଅଜୟଙ୍କ ସହ ତାଙ୍କର ପ୍ରାରମ୍ଭିକ କଥାବାର୍ତ୍ତା ସରିଛି। ଅଜୟଙ୍କୁ କାହାଣୀ ବି ଭଲ ଲାଗିଛି। ଏହା ହେବ‘ସନ୍‌ ଅଫ୍‌ ସର୍ଦ୍ଦାର୍‌’ର ସିକ୍ୱେଲ୍‌ । ସମ୍ଭବତଃ ଏହି ସିନେମାର ସୁଟିଂ ଚଳିତ ବର୍ଷ ଶେଷ ବେଳକୁ ଆରମ୍ଭ ହେବ । ଏଥିରେ ପୁଣିଥରେ ସୋନାକ୍ଷୀ ସିହ୍ନା ଅଜୟ ଦେବଗନଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିବେ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ଏଥିରେ ସଂଜୟ ଦତ୍ତ ବି ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଅଜୟ ‘ତାନାଜୀ’ ସିନେମାରେ ବି ଟାଇଟଲ ରୋଲ୍‌ କରିବେ।