ମୁମ୍ବାଇ: ଅନେକ ସମୟରେ ବିଭିନ୍ନ କାରଣରୁ ଫିଲ୍ମର ରିଲିଜ୍ ତାରିଖ ବଦଳିଥାଏ। ଏବେ ବଲିଉଡର ଆକସନ୍ ହିରୋ ଅର୍ଜୁନ କପୁର ଓ ଚୁଲୁବୁଲି ହିରୋଇନ୍ ପରିଣୀତ ଚୋପ୍ରାଙ୍କ ଅଭିନୀତ ହିନ୍ଦୀ ସିନେମା ‘ନମସ୍ତେ ଇଂଲାଣ୍ଡ’ର ରିଲିଜ୍ ତାରିଖକୁ ବଦଳାଇ ଦିଆଯାଇଛି। ପ୍ରଥମେ ନିର୍ମାତା ବିପୁଲ ଅମ୍ରିତ ଲାଲ ଶାହା ଘୋଷଣା କରିଥିଲେ କି ଏହା ଡିସେମ୍ବର ୭ ତାରିଖରେ ରିଲିଜ୍ ହେବ।
ହେଲେ ଆଉ ଡିସେମ୍ବର ୭ ତାରିଖରେ ରିଲିଜ୍ ହେବ ନାହିଁ ‘ନମସ୍ତେ ଇଂଲାଣ୍ଡ’। ଏବେ ଏହାର ନୂଆ ରିଲିଜ୍ ତାରିଖ ହେଉଛି ଅକ୍ଟୋବର ୧୯ ତାରିଖ।
‘ନମସ୍ତେ ଇଂଲାଣ୍ଡ’ର ରିଲିଜ୍ ତାରିଖ ବଦଳିବାର ପଛରେ ମୁଖ୍ୟ କାରଣ ହେଲା ଡିସେମ୍ବର ୭ ତାରିଖରେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ମଲ୍ଟି ଷ୍ଟାରର୍ ଫିଲ୍ମ ‘ଟୋଟାଲ୍ ଧମାଲ୍’ ପରଦାକୁ ଆସୁଛି। ଏଥିରେ ଅନୀଲ କପୁର, ମାଧୁରୀ ଦୀକ୍ଷିତ, ଅଜୟ ଦେବଗନ, ଅରସାଦ୍ ଓ୍ଵାରସୀ ଓ ରିତେଶ ଦେଶମୁଖଙ୍କ ପରି ଟପ୍ ଷ୍ଟାର୍ ଅଛନ୍ତି। ଆଉ ଏକ ବଡ କଥା ହେଲା ଯେ ଏହା ହେଉଛି ‘ଧମାଲ୍’ ସିରିଜ୍ର ତୃତୀୟ ସିନେମା। ଆଗରୁ ଏହି ସିରିଜର ସବୁ ସିନେମା ସୁପରହିଟ୍ ହୋଇଛି।
/sambad/media/post_attachments/wp-content/uploads/2018/04/vipul-shah.jpg)
ଏଣେ ଅଜୟ ଦେବଗନ୍ ତାଙ୍କର ଅନ୍ୟ ଏକ ଫିଲ୍ମର ପୋଷ୍ଟର୍ ବି ଲଞ୍ଚ୍ କରିଛନ୍ତି। ଏଥିରେ ତବୁଙ୍କ ବିପକ୍ଷରେ ଅଛନ୍ତି । ଫିଲ୍ମର ପୋଷ୍ଟରରେ ପ୍ରଦତ୍ତ ସୂଚନା ଅନୁଯାୟୀ ଅଜୟ ଦେବଗନ୍ ଓ ତବୁ ଷ୍ଟାର୍ର ଏହି ଫିଲ୍ମ ଦଶହରାରେ ରିଲିଜ୍ ହେବ। ଯଦି ଏଭଳି ଘଟେ, ତେବେ ଅର୍ଜୁନ କପୁର -ପରିଣୀତ ଚୋପ୍ରା ଷ୍ଟାରର ‘ନମସ୍ତେ ଇଂଲାଣ୍ଡ’ର ରିଲିଜ୍ ତାରିଖ ପୁଣି ବଦଳିବ ବୋଲି କୁହାଯାଉଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଅଜୟ ଦେବଗନଙ୍କ ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି ବିପୁଲ।