ମୁମ୍ବାଇ: ବଲିଉଡରେ ଏ ବର୍ଷ କେତେକ ଷ୍ଟାର୍‌ କିଡ୍‌ ଏଣ୍ଟ୍ରି ନେଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ଜାହ୍ନବୀ କପୁର,ସାରା ଅଲ୍ଲୀ ଖାନ୍‌ ,ଅନନ୍ୟା ପାଣ୍ଡେ, ଇଶାନ୍‌ ଖଟ୍ଟର୍‌ ପ୍ରମୁଖ। ଆଉ ଜଣେ ସେଲିବ୍ରିଟିଙ୍କ କନ୍ୟାଙ୍କୁ ନେଇ ଅନେକ ଦିନଧରି ଚର୍ଚ୍ଚା ହେଉଛି। ସେ ହେଲେ ବଲିଉଡର ଦକ୍ଷ ଅଭିନେତା ତଥା ନିର୍ଦ୍ଦେଶକ ଅଜୟ ଦେବଗନ୍‌ ଏବଂ ଲୋକପ୍ରିୟ ନାୟିକା କାଜୋଲଙ୍କ କନ୍ୟା ନ୍ୟାସା। ସେ ଏବେ ସିଙ୍ଗାପୁରରେ ସ୍କୁଲିଂ କରୁଛନ୍ତି।

Advertisment

publive-image photo-navbhrattimes

ଯେତେବେଳେ ସାମ୍ବାଦିକମାନେ ଅଜୟଙ୍କୁ ଝିଅର ବଲିଉଡ କନେକସନ୍‌ ସଂପର୍କରେ ପ୍ରଶ୍ନ କଲେ ସେ ସିଧାସଳଖ କହିଲେ ଯେ ନ୍ୟାସା ନିଜର ସ୍କୁଲିଂକୁ ଏନଜୟ କରୁଛି। ତା’ର ହିରୋଇନ୍‌ ହେବାର ଲକ୍ଷ୍ୟ ନାହିଁ ବା ସିନେମା ଲାଇନରେ ତା’ର ଆଗ୍ରହ ନାହିଁ। ଏବେ ଅଭିନେତା ଅଜୟ ଦେବଗନ୍‌ ତାଙ୍କ ପରିବାର ସହିତ ପ୍ୟାରିସରେ ଛୁଟି କାଟୁଛନ୍ତି। ସେଠାରେନ୍ୟାସା ଏବଂ କାଜୋଲ, ପୁଅ ୟୁଗ ପ୍ରମୁଖଙ୍କ ସହ ସମୟ ବିତାଉଛନ୍ତି। ତାଙ୍କର ପୂର୍ବ ସିନେମା ‘ରେଡ୍‌’ ସୁପରହିଟ୍‌ ହେବାପରେ ଅଜୟ ସପରିବାର ପ୍ୟାରିସରେ ଅଛନ୍ତି।