ଅଜେୟ ଅଜିତ୍‌

ସ˚ଘମିତ୍ରା ମିଶ୍ର

ଆପଣ ଏ ସ˚ସାର ଛାଡ଼ିଯିବାର ୧୧ ଦିନ ହେଲାଣି। ସବୁଠି ଆପଣଙ୍କ ଚର୍ଚ୍ଚା। କିଏ କରୋନାକୁ ଗାଳି ଦେଉଛନ୍ତି। କିଏ କହୁଛନ୍ତି ବନ୍ଧୁ ବିଜୟ ମହାନ୍ତି ତାଙ୍କୁ ଡାକି ନେଲେ। କିଏ କହୁଛନ୍ତି ଟ୍ରେନ୍‌ଡ ଆକ୍ଟର୍ ତ କିଏ ସହୃଦୟ ନିର୍ଦ୍ଦେଶକ। ଆପଣଙ୍କ ଛାତ୍ରମାନେ ତ ବାରମ୍ବାର ପିତୃହରା ହେଉଛନ୍ତି ଏ ଅଭିଶପ୍ତ ସମୟରେ। ସତରେ କ’ଣ ଏମିତି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଆପଣ, ଯେଉଁଠି ନାଟକ ଅଧାରୁ ହଠାତ ପରଦା ପଡ଼ିଯାଏ? ଆପଣଙ୍କୁ ମୁଁ କେତେ ବା ଜାଣେ। ରୂପେଲି ପରଦାର ମଣିଷ ଆପଣ। ‘ଆରେ ବାପ୍‌ରେ ନସିରୁଦ୍ଦିନ ଶାହାଙ୍କ ସାଙ୍ଗରେ ପଢ଼ୁଥିଲେ N.S.Dରେ ଏତିକି ବିସ୍ମୟ ଥିଲା ମନରେ। ଭୁବନେଶ୍ବରରେ ମୋ ସ୍ବାମୀ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ କ୍ଲିନିକ୍‌କୁ ଆପଣ ଆସନ୍ତି, ମାଆଙ୍କୁ ବି ମୁଁ ଦେଖିଛି ସେଠି। ପରିଚୟ ବଢ଼େ। D.Litt କଲାବେଳେ ଓଡ଼ିଶାର ନାଟ୍ୟ ନିର୍ଦ୍ଦେଶକମାନଙ୍କ ସାକ୍ଷାତକାର ଆଣିବାକୁ ଯାଇ ମୁଁ ପହଞ୍ଚେ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ। ଆପଣ ନାଟକ ପଢ଼ାନ୍ତି, ଅଭିନୟ ଶିଖାନ୍ତି। ପୁଣି ନିଜେ ଅଭିନୟ କରନ୍ତି, ନିର୍ଦ୍ଦେଶନା ଦିଅନ୍ତି। ମନେଅଛି ଆପଣ ଥରେ କହିଥିଲେ ଚରିତ୍ର ଓ ଦୃଶ୍ୟମାନେ ଆଖି ଆଗରେ ଚାଲବୁଲ କଲାଭଳି ମନେହୁଏ ଆପଣଙ୍କର।

ଆପଣଙ୍କ ରକ୍ତରେ ଅଭିନୟ ଥିଲା। ତାହା ଜାତୀୟ ନାଟ୍ୟ ବିଦ୍ୟାଳୟରେ ପ୍ରଶିକ୍ଷିତ ହେବା ପରେ ଆହୁରି ଶାଣିତ ହୋଇଥିଲା। ସେଠାରୁ ଆପଣ ଫେରିଲେ ଓ ସଙ୍ଗୀତ ମହାବିଦ୍ୟାଳୟରେ ଅଧୢାପନା କଲେ। ଆପଣ ଖଳନାୟକ ଭାବେ ରୂପେଲି ପରଦାରେ ପ୍ରଥମେ ଦିଶିଥିଲେ। ତାପରେ ନାୟକ ଓ ଚରିତ୍ର ଅଭିନେତାର ଅଭିନୟ ଜାରି ରହିଲା। ମୁଁ ବା କେତେ ସିନେମା ଦେଖିଛି। ତଥାପି ମନେ ଅଛି ‘ହାକିମବାବୁ’ର ଗୀତ ‘ରଖିଥିବୁ ସାଇତି କରି ନେଇଯା ମନ ଚାବିକାଠି’। ମନେ ଅଛି ଜନନୀ, ଅଭିମାନ, ସୁନାଚଢ଼େଇ, ବଳିଦାନ, ପରିଦେଶୀ ଚଢ଼େଇ, ଗୌରୀ, ଜଗା ହାତରେ ପଘା- ଛାଡ଼ନ୍ତୁ ସେସବୁ। ଆପଣ ବିଭିନ୍ନ ଧାରାବାହିକରେ ବି ଅଭିନୟ କରିଛନ୍ତି।

ତେବେ ଆପଣଙ୍କ ଜନ୍ମଦିନର ଶୁଭଲଗ୍ନରେ ଗଢ଼ି ଉଠିଥିଲା ‘ଅଜିତ୍‌’ ନାଟ୍ୟ ସ˚ସ୍ଥା। ‘ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଏଟର’। ଯାହା ଓଡ଼ିଆ ଦର୍ଶକମାନଙ୍କୁ ଅନେକ କ୍ଲାସିକ ସୃଷ୍ଟିର ନାଟ୍ୟରୂପ ପରିବେଷଣ କରିଥିଲା। ଯେମିତି ରେବତୀ, ମାମୁଁ, ବୁଢ଼ାଶଙ୍ଖାରି, ଛ’ ମାଣ ଆଠ ଗୁଣ୍ଠ, ଶ୍ବେତପଦ୍ମା, ଜୟଦେବ ଗୀତଗୋବିନ୍ଦ, ତପସ୍ବିନୀ, ୧୮୧୭ ଓ ସ˚ସ୍କୃତ ନାଟକ ପର୍ଶୁରାମ ବିଜୟ। ମୁଁ ସ˚ସ୍କୃତ ନାଟକ ବ୍ୟତୀତ ସବୁତକ ନାଟକ ଦେଖିଛି। ସ୍ବତନ୍ତ୍ର ନିମନ୍ତ୍ରଣ ପତ୍ର ସହିତ ଆପଣଙ୍କର ଫୋନ। ‘ନାନି ନିଶ୍ଚୟ ଆସିବେ’- ପରଦିନ ପୁଣି ମାୟା ଦେବୀ ବା ଆପଣ ଫୋନ କରିବେ- ‘କାହିଁକି କିନ୍ତୁ କହିଲେନି ତ? ଆପଣଙ୍କ ମତାମତ ଆମର ଭାରି ଦରକାର।’ ସତରେ ମୁଁ ଧନ୍ୟ ହୋଇଛି ଏଇ ‘ନାନି’ ଡାକରେ। ଜାଣେନି କେମିତି ଏତେ ଆନ୍ତରିକତା ଥିଲା ସେଥିରେ ଯେ ମୁଁ କୌଣସି ମତେ ଯାଇ ନାଟକ ଦେଖୁଥିଲି ଓ ପରଦିନ ଆପଣଙ୍କୁ କ’ଣ କହିବି ସେଥିପାଇଁ ପ୍ରସ୍ତୁତ ମଧୢ ହେଉଥିଲି।

ବିଜୟ: ଏକ ଉଚ୍ଛ୍ବାସ ଗଢ଼ା ହେଲା। ଆପଣମାନେ ଆଗ୍ରହରେ ନାଟକ କଲେ। ଦର୍ଶକଙ୍କ ରୁଚି ବଦଳାଇବାର ଧାରା ଜାରି ରହିଲା। ପ୍ରତିବର୍ଷ ‘ଅଜିତ୍‌’ର ଉଦ୍‌ଘାଟନରେ ଆପଣଙ୍କର ଜଣେ କୃତିଛାତ୍ର ଅତିଥି ହୁଅନ୍ତି। ଧନ୍ୟ ସେ ଗୁରୁ। ଯିଏ ଛାତ୍ରଙ୍କ କୃତିତ୍ବରେ ଆନନ୍ଦ ଅନୁଭବ କରି ତାଙ୍କୁ ଧନ୍ୟ କରନ୍ତି। ମୋର ସୌଭାଗ୍ୟ ମୁଁ ‘ବୁଢ଼ା ଶଙ୍ଖାରୀ’ ନାଟକ ଉଦ୍‌ଘାଟନରେ ଅତିଥି ହୋଇଛି। ହଁ ଆଉ ଦୁଇଟି କଥା ଏବେ ନ କହିଲେ ଆଉ କହି ପାରିବିନି। ମୁଁ ଆପଣଙ୍କୁ ବାଣୀବିହାର ପରିସରରେ ଥିବା ତାଳପଦେଶ୍ବରୀ ସାହିତ୍ୟ ଆସରକୁ ଅତିଥି କରି ଡାକିଛି। ଆପଣ ଆନନ୍ଦରେ ଯାଇଛନ୍ତି ଓ ନିଜର ବକ୍ତବ୍ୟ ରଖିଛନ୍ତି। ଅନେକଥର କହନ୍ତି, ନାନି ଆପଣଙ୍କ ନାଟକ ଦିଅନ୍ତୁ। ମୁଁ ‘ଅଜିତ୍‌’ରେ କରାଇବି। ମୋତେ ସ˚କୋଚ ଲାଗେ, ତଥାପି ସାହସ କରି ଶ୍ରଦ୍ଧେୟ ଅନ୍ତର୍ଯ୍ୟାମୀଙ୍କ ହାତରେ ପଠାଇଥିଲି ମୋ ବହିତକ। ହାୟ ଏଡ଼େ ଭାଗ୍ୟ ମୋର ହେଲାନି। ଆପଣ ବାହୁଡ଼ିଗଲେ। ଆପଣଙ୍କର ସବୁ ସଫଳତା ପଛରେ ମାୟା ଦେବୀ ଠିଆ ହୋଇଥିଲେ ଦମ୍ଭରେ। ତାଙ୍କ ନାଟକ ମଧୢ ଆପଣ ଅଭିନୟ କରାଇଛନ୍ତି। କନିଷ୍ଠା କନ୍ୟା ମନିଷିତାଙ୍କୁ ନିର୍ଦ୍ଦେଶନା ଦେଇ ଆପଣ ଆଉ ଗୋଟେ ନୂଆ ଅଧୢାୟ ସୃଷ୍ଟି କରିଛନ୍ତି ନିଜ ଅଜାଣତରେ। ସଙ୍ଗୀତ ମହାବିଦ୍ୟାଳୟରୁ ଅବସର ନେବାପରେ ସମ୍ପୂର୍ଣ୍ଣ ଭାବେ ନାଟକରେ ମଜ୍ଜି ଯାଇଛନ୍ତି। ଆପଣଙ୍କ ପରିବାର ସ˚ସ୍କୃତି ସମ୍ପନ୍ନ। ସେମାନେ ଆପଣଙ୍କ ଅବର୍ତ୍ତମାନରେ ଶୋକରେ ମୁହ୍ୟମାନ। ସେମାନଙ୍କୁ ଟିକିଏ ସାନ୍ତ୍ବନା ଦିଅନ୍ତେ ନି? ଆଉ ଆପଣଙ୍କ ଛାତ୍ରମାନେ ତ ଓଡ଼ିଶାର କଳା ସ˚ସ୍କୃତି ଜଗତକୁ ଆବୋରି ବସିଛନ୍ତି। ସମସ୍ତେ ଆପଣଙ୍କୁ ଝୁରୁଛନ୍ତି। ଆଉ ଜଣେ ଅଜିତ୍‌ ଦାସ ଆସିବେ? କେଜାଣି? ସେଇ ଦିବ୍ୟ ମୁହୂର୍ତ୍ତର ଅପେକ୍ଷାରେ ଆମେ ସମସ୍ତେ। ଆପଣ ଦିହେଁ ମୋତେ ନିରୁତା ସ୍ନେହ ସମ୍ପର୍କରେ ବାନ୍ଧି ଧନ୍ୟ କରିଛନ୍ତି। ସେଇ ସମ୍ପର୍କ ଦ୍ବାହିରେ କହୁଛି ନାଟକ ମୋତେ ଯେଉଁ ବିରାଟ ପରିବାର ଦେଇଥିଲା ତାହା ତ କ୍ରମେ ଖାଲି ହୋଇଯାଉଛି। ଆପଣ ନାଟକ ନ କଲେ ମୁଁ ଦେଖିବି କ’ଣ? ସମୀକ୍ଷା ତ ଦୂରର କଥା।
ପ୍ଳଟ ନ˚-ବି-୩୫
ସହିଦ ନଗର, ଭୁବନେଶ୍ବର

ସମ୍ବନ୍ଧିତ ଖବର