ନୂଆଦିଲ୍ଲୀ: ଗରମ ସହିି ପାରୁନାହାନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। ଏକଥା କୌଣସି ବିରୋଧୀ ଦଳର ନେତା ନୁହନ୍ତି ବରଂ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିର ପ୍ରମୁଖ ସହଯୋଗୀ ଦଳର ମୁଖ୍ୟ କହିଛନ୍ତି। ଦଳର ପ୍ରାଧାନ୍ୟ କମୁୁଥିବାରୁ ସେ କହିଛନ୍ତି ଯେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୀତତାପ ନିୟନ୍ତ୍ରିତ କୋଠରୀରେ ରହିବାର ଅଭ୍ୟସ୍ତ ହୋଇପଡିଛନ୍ତି। ତାଙ୍କୁ ଶୀତତାପ ନିୟନ୍ତ୍ରିତ କୋଠରୀରୁୁ ବାହାରି ଲୋକଙ୍କୁ ବାରମ୍ବାର ଭେଟିବା ଆବଶ୍ୟକ।
ନିଉଜ ଏଜେନ୍ସି ପିଟିଆଇ ମୁତାବକ, ନିକଟରେ ଅନୁଷ୍ଠିତ ଉତ୍ତରପ୍ରଦେଶ ରାଜ୍ୟ ନିର୍ବାଚନରେ ​​୬ଟି ଆସନ ଜିତିଥିବା ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି)ର ମୁଖ୍ୟ ଓମ ପ୍ରକାଶ ରାଜଭର ରବିବାର ଦିନ ୟୁପିରେ ତାଙ୍କ ଦଳର ଏକ ବୈଠକରେ ଏହି ମନ୍ତବ୍ୟ ଦେଇଛନ୍ତି। ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଓମ ପ୍ରକାଶ ରାଜଭର କହିଛନ୍ତି ଯେ, ଅଖିଳେଶ ଯାଦବ ଶୀତତାପ ନିୟନ୍ତ୍ରିତ କୋଠରୀରେ ରହିବାର ଅଭ୍ୟସ୍ତ ହୋଇଗଲେଣି। ତାଙ୍କୁୁ ବାହାରକୁ ଯାଇ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ଉଚିତ ଏବଂ ତାଙ୍କ ଦଳର କର୍ମୀ ଓ ନେତାମାନଙ୍କୁ ଭେଟିବା ଉଚିତ। ମୁଁ ଲକ୍ଷ୍ନୌକୁ ଯିବି ଏବଂ ସେ କିଭଳି ଶୀତତାପ ନିୟନ୍ତ୍ରିତ କୋଠରୀରୁୁ ବାହାରକୁ ଆସିବେ, ତାହା ନିଶ୍ଚିତ କରିବି।
ରାଜଭରଙ୍କ ଏଭଳି ବୟାନକୁ ନେଇ ବିଜେପି ସମାଜବାଦୀ ପାର୍ଟି ନେତା ଅଖିଳେଶଙ୍କୁ ଟାର୍ଗେଟ କରିଛି। ବିଜେପିର ଶହଜାଦ ପୁନାୱାଲା ଟୁଇଟ୍ କରି କହିଛନ୍ତି ଯେ ସମାଜବାଦୀ ପାର୍ଟି ସହଯୋଗୀ ଓପି ରାଜଭର କହିଛନ୍ତି, ଅଖିଳେଶ ଯାଦବ ଶୀତତାପ ନିୟନ୍ତ୍ରିତ କୋଠରୀରେ ରହିବାର ଅଭ୍ୟସ୍ତ ହୋଇଗଲେଣି। ସେଥିପାଇଁ ବାହାରକୁ ବାହାରୁ ନାହାନ୍ତି। ଏହି ଦଳର ନେତା ୪.୫ବର୍ଷ ପର୍ଯ୍ୟନ୍ତ ଏସି ରୁମରେ ରୁହନ୍ତି ଓ ବିଦେଶ ବୁଲନ୍ତି। ନିର୍ବାଚନର ୬ ମାସ ପୂର୍ବରୁ ଏମାନେ ପ୍ରଚାର କରିବାକୁ ଆସନ୍ତିି। ବର୍ତ୍ତମାନ ବବୁଆ ଛୁଟିଦିନ କାଟୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/69056c3c-de51-4a7f-86eb-ed82bdf2234f.jpg)