ମୁମ୍ବାଇ: ପ୍ରଯୋଜକ କରଣ ଜୋହର ଓ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ନୂଆ ସିନେମା ହେଲା‘ସିମ୍ବା’।ଏଥିରେ ରଣବୀର ସିଂହଙ୍କୁ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।
ତେବେ ‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ କିଏ ନାୟିକା ଭୂମିକା ନିଭାଇବେ,ତାହା ବି ସ୍ପଷ୍ଟ ହୋଇଛି । ଏହି ସିନେମାରେ ସୈଫ୍ ଅଲ୍ଲୀ ଖାନଙ୍କ କନ୍ୟା ସାରା ଅଲ୍ଲୀ ଖାନ୍ ରଣବୀରଙ୍କ ସାଥ୍ ପାଇଛନ୍ତି। କିନ୍ତୁ ବଲିଉଡ଼୍ରେ ଚର୍ଚ୍ଚା ଚାଲିଥିଲା ଯେ,ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁର ‘ସିମ୍ବା’ରେ ରଣବୀରଙ୍କ ସାଥ୍ ପାଇ ପାରନ୍ତି। କୁହାଯାଉଥିଲାଠିକ୍ ସେହିପରି ଏହି ରୋଲ୍ ଲାଗି ପ୍ରିୟା ପ୍ରକାଶଙ୍କ ନାଆଁ ବି ଚର୍ଚ୍ଚାକୁ ଆସିଥିଲା।
ତେବେ ଜାଣନ୍ତି କି ଏମାନଙ୍କ ଭିତରୁ କେହି ବି ନଥିଲେ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ପ୍ରଥମ ପସନ୍ଦ। ଏକଥାର ଖୁଲାସା ଏବେ ହୋଇଛି।‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ ନାୟିକା ଭୂମିକା ନିଭାଇବାକୁ ଆଲିୟା ଭଟ୍ଟ ଥିଲେ ପ୍ରଥମ ପସନ୍ଦ। ଏଥିଲାଗି ତାଙ୍କୁ ଅଫର୍ ବି ଦିଆଯାଇଥିଲା ମାତ୍ର ସେହି ସମୟରେ ଆଲିୟା ବ୍ରହ୍ମାସ୍ତ୍ରର ସୁଟିଂ କରୁଥିବା ହେତୁ ରାଜି ହୋଇ ନଥିଲେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ରୋହିତ ଆଲିୟାଙ୍କୁ ‘ଗୋଲମାଲ ଏଗେନ୍’ରେ ନେବାଲାଗି ସ୍ଥିର କରିଥିଲେ।