ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ‘ସର୍ବଭାରତୀୟ ଅନ୍ତଃଏନ୍ଆଇଟି କ୍ରୀଡ଼ା ପ୍ରତିଯୋଗିତା’ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାକୁ ଉଦ୍ଘାଟନକରି ଅନୁଷ୍ଠାନର ନିର୍ଦ୍ଦେଶକ କେ.ଉମାମହେଶ୍ବର ରାଓ କହିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀ ନିଷ୍ଠାପର ତଥା ଶୃଙ୍ଖଳିତଭାବେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବା ଆବଶ୍ୟକ। ଫଳାଫଳ ଉପରେ ଧ୍ୟାନକେନ୍ଦ୍ରିତ ନ କରି ନିଜର ଖେଳୁଆଡ୍ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇବା ଶ୍ରେୟସ୍କର।
ପ୍ରତିଯୋଗିତାରେ ୧୭ଟି ଏନ୍ଆଇଟିର ୨୨୩ ଜଣ ଛାତ୍ରୀ ଓ ୧୨୨ ଜଣ ଛାତ୍ର ଅଂଶଗ୍ରହଣ କରିଛନ୍ତି। ଏଥିରେ ସନ୍ତରଣ, ଟେନିସ୍, ଫୁଟବଲ୍ ଓ କ୍ରିକେଟ୍ ଅନ୍ତର୍ଭୁକ୍ତ। ପ୍ରତିଯୋଗିତାରେ ଏନ୍ଆଇଟି ରାଉରକେଲା ସମେତ ଏନ୍ଆଇଟି କାଲିକଟ୍, ଏସ୍ଭିଏନ୍ଆଇଟି ସୁରଟ, ଏନ୍ଆଇଟି ରାୟପୁର, ଏନ୍ଆଇଟି ଅଗରତାଲା, ଏମ୍ଏନ୍ଆଇଟି ଜୟପୁର, ଏନ୍ଆଇଟି ଦୁର୍ଗାପୁର, ଏନ୍ଆଇଟି ଆନ୍ଧ୍ରପ୍ରଦେଶ, ଏନ୍ଆଇଟି ଦିଲ୍ଲୀ, ଏନ୍ଆଇଟି ଉତ୍ତରପ୍ରଦେଶ, ଏନ୍ଆଇଟି ଜଳନ୍ଧର, ଏନ୍ଆଇଟି ସିଲ୍ଚର, ଭିଏନ୍ଆଇଟି ନାଗପୁର, ଏନ୍ଆଇଟିକେ ସୁରଥକ, ଏନ୍ଆଇଟି ଜାମଶେଦପୁର ଆଦି ଅନୁଷ୍ଠାନର ଛାତ୍ରଛାତ୍ରୀ ଭାଗନେଇଛନ୍ତି।