ବ୍ରହ୍ମପୁର: କରୋନା ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି, ଆଜିଠୁ ଗଞ୍ଜାମର ସମସ୍ତ ବେଳାଭୂମି ବନ୍ଦ ରହିବ। ୧୩ରୁ ଆସନ୍ତା ୧୭ ତାରିଖ ଯାଏଁ ଗଞ୍ଜାମର ସମସ୍ତ ବେଳାଭୂମି ସହ ହ୍ରଦ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଗୋପାଳପୁର, ସୋନପୁର ସମେତ ଜିଲ୍ଲାରେ ଥିବା ସମସ୍ତ ବେଳାଭୂମି ବନ୍ଦ ରହିବ । ଆଗକୁ ମକର ସଂକ୍ରାନ୍ତି ଥିବାରୁ କରୋନା ସଂକ୍ରମଣକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।
In order to avoid large gatherings during upcoming festivals and to ensure COVID-19 protocol, all sea beaches in Ganjam such as Gopalpur, Sonapur, etc. & other major water bodies shall remain closed for public from 13th to 17th Jan’22. @CMO_Odisha@SRC_Odisha@IPR_Odisha
— Collector & District Magistrate, Ganjam (@Ganjam_Admin) January 12, 2022
ସେପଟେ ନରସିଂହପୁର ସ୍ଥିତ ପ୍ରସିଦ୍ଧ ସିଂହନାଥ ଦେବଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି । ଐତିହାସିକ ବାଲି ମକରମେଳା ଆସନ୍ତାକାଲି ହେବାକୁ ଥିବାରୁ ସଂକ୍ରମଣକୁ ଆଖିରେ ରଖି ଏହି କଟକଣା ଜାରି କରାଯାଇଛି । ଆଜି ସକାଳ ୬ଟାରୁ ୧୬ ତାରିଖ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ୪ ଦିନ ଏହି କଟକଣା ବଳବତର ରହିବ । ଏହି ସମୟରେ ମନ୍ଦିରର ସେବାୟତଙ୍କ ବ୍ୟତୀତ ଅନ୍ୟ କାହାରିକୁ ପୀଠକୁ ପ୍ରବେଶ ଉପରେ ବାରଣ କରାଯାଇଛି ।
ମହାନଦୀର ବକ୍ଷସ୍ଥଳରେ ଅବସ୍ଥିତ ଏହି ପୀଠକୁ ଓଡ଼ିଶାର ଦୀର୍ଘତମ ଟି-ସେତୁ ସଂଯୋଗ କରିଥିବାରୁ ପ୍ରତ୍ୟହ ଶହ ଶହ ଭକ୍ତଙ୍କ ସମାଗମ ହେଉଛି । ତେଣୁ ଐତିହାସିକ ବାଲି ମକରମେଳାରେ ଭିଡ଼ ଏଡାଇବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।