ଚଣ୍ଡିଗଡ଼ : ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପଂଜାବ ଲୋକ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ଆସନ୍ତା ସପ୍ତାହରେ ବିଜେପିରେ ଯୋଗ ଦେବେ। ସିଂହ ମଧ୍ୟ ତାଙ୍କ ନବଗଠିତ ଦଳ ‘ପଂଜାବ ଲୋକ କଂଗ୍ରେସ’କୁ ବିଜେପିରେ ମିଶ୍ରଣ କରିବେ। ସେପ୍ଟେମ୍ବର ୧୯ରେ ଅମରିନ୍ଦର ତାଙ୍କ ଦଳ ପିଏଲ୍ସିକୁ ବିଜେପି ସହ ମିଶାଇବେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ ଅମରିନ୍ଦର ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଯୋଗ ଦେବେ। ପଂଜାବର କିଛି ପୂର୍ବତନ ବିଧାୟକ ମଧ୍ୟ ଅମରିନ୍ଦରଙ୍କ ସହ ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅମରିନ୍ଦର ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତେଣୁ ଅମରିନ୍ଦର ବିଜେପିରେ ଯୋଗ ଦେବା ବିଷୟକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ କ୍ୟାପଟେନ ଅମରିନ୍ଦର କଂଗ୍ରେସ ଛାଡ଼ିଥିଲେ। ପରେ ସେ ପିଏଲ୍ସି ଗଢ଼ିଥିଲେ ଏବଂ ବିଜେପି ସହ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/amarinder-singh-pti-1578228322-1632814471.jpg)