ଆମେରିକାନ୍ ଅଙ୍କୋଲୋଜି ସୋସାଇଟି ଓ ସ୍ପର୍ଶ ହସ୍ପିଟାଲ୍ ମଧ୍ୟରେ ବୁଝାମଣା
ଚନ୍ଦ୍ରଶେଖରପୁର: ଅର୍ଥ ଅଭାବରୁ ଉନ୍ନତ ମାନର ଚିକିତ୍ସା ନିମନ୍ତେ ଦେଶ ବାହାରକୁ ଯାଇ ପାରୁ ନଥିବା କର୍କଟ ରୋଗୀଙ୍କ ପାଇଁ ଖୁସି ଖବର। ଆମେରିକା, ପିଟ୍ସ୍ବର୍ଗର ଖ୍ୟାତିସମ୍ପନ୍ନ ଅଙ୍କୋଲୋଜିଷ୍ଟମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଆମେରିକାନ୍ ଅଙ୍କୋଲୋଜି ସୋସାଇଟି ଓ ସ୍ପର୍ଶ ହସ୍ପିଟାଲ୍ ଆଣ୍ଡ କ୍ରିଟିକାଲ୍ କେୟାର ମିଳିତ ଭାବରେ ଭୁବନେଶ୍ୱରରେ ଏହି ସେବା ଯୋଗାଇଦେବେ। ସହଜ ଓ ସୁଲଭ ମୂଲ୍ୟରେ ରାଜ୍ୟର କର୍କଟ ରୋଗୀଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଉତ୍ସର୍ଗୀକୃତ କ୍ୟାନ୍ସର୍ ଚିକିତ୍ସା ଏବଂ ରୋଗ ନିରୂପଣ କେନ୍ଦ୍ର ସବୁ ପ୍ରକାର କ୍ୟାନ୍ସର୍ ରୋଗୀଙ୍କୁ ଏହା ଉଚ୍ଚସ୍ତରର ମେଡିକାଲ୍ ଅଙ୍କୋଲୋଜି ଏବଂ ସର୍ଜିକାଲ୍ ଅଙ୍କୋଲୋଜିି ସୁବିଧା ପ୍ରଦାନ କରିବ ।
ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଛି। ମାତ୍ର ଉନ୍ନତ ମାନର ତ୍ୱରିତ ଚିକିତ୍ସା ସୁବିଧା ଅଭାବରୁ ଅନେକ ରୋଗୀ ଅକାଳରେ ମୃତ୍ୟୁବରଣ କରିଥାଆନ୍ତି। ମାତ୍ର ଆମେରିକାନ୍ ଅଙ୍କୋଲୋଜି ଇନ୍ଷ୍ଟିଚ୍ୟୁଟ୍ ଓ ସ୍ପର୍ଶ ହସ୍ପିଟାଲ ମିଳିତ ଭାବରେ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଅନନ୍ୟ ଚିକିତ୍ସାଳୟ ସଂଚାଳନ କରିବା ସହିତ ଏହି ସୁବିଧା ଯୋଗାଇଦେବା ନେଇ ଆମେରିକାନ୍ ଅଙ୍କୋଲୋଜି ସୋସାଇଟିର ଜୋନାଲ୍ ଡାଇରେକ୍ଟର ଡ. ଶିବାଜୀ ଚଟ୍ଟୋପଧ୍ୟାୟ ସୂଚନା ଦେଇଛନ୍ତି। ଆମେରିକାର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞମାନେ ଏଠିକାର ରୋଗୀଙ୍କୁ ସେଠାରେ ଥାଇ ମଧ୍ୟ ଉନ୍ନତମାନର ସେବା ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିବା ସ୍ପର୍ଶ ହସ୍ପିଟାଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଘନଶ୍ୱାମ ବିଶ୍ୱାସ ସୂଚନା ଦେଇଛନ୍ତି।
ଆମେରିକାନ୍ ଅଙ୍କୋଲୋଜି ଇନ୍ଷ୍ଟିଚ୍ୟୁଟର କୋ-ଫାଉଣ୍ଡର୍ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜୋସେଫ. ଏ. ନିକୋଲାସ ଓ ସ୍ପର୍ଶ ହସ୍ପିଟାଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରିୟବ୍ରତ ଧୀର ପ୍ରମୁଖ ଏହି ବ୍ୟବସ୍ଥାର ସୁଫଳ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।