ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗଭିତ୍ତିକ ନୌଶକ୍ତି କ୍ଷମତା ବୃଦ୍ଧି ପାଇଁ ଗଠିତ ଚତୁର୍ଦେଶୀୟ(ଆମେରିକା-ଜାପାନ-ଭାରତ-ଅଷ୍ଟ୍ରେଲିଆ) ମେଣ୍ଟ(କ୍ବାଡ୍)ର ଅନ୍ୟ ତିନି ମୂଳ ବିନ୍ଧାଣୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲିଜନ୍ ଅଫ୍ ମେରିଟ୍’ରେ ସମ୍ମାନିତ କରିଛନ୍ତି। କ୍ବାଡ୍ ଗଠନରେ ରହିଥିବା ଅନ୍ତର୍ଦୃଷ୍ଟି ଏବଂ ନେତୃତ୍ବ ପାଇଁ ତିନି ରାଷ୍ଟ୍ରମୁଖ୍ୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ହ୍ବାଇଟ୍ହାଉସ୍ରେ ଟ୍ରମ୍ପ୍ଙ୍କ ସମୟରେ ଆମେରିକା ସହ ଏହି ତିନି ଗଣତନ୍ତ୍ରର ସମ୍ପର୍କ ଅଧିକ ନିବିଡ଼ ହୋଇଛି। ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି କ୍ଷେତ୍ରରେ ଭାରତୀୟଙ୍କ ପ୍ରୟାସ ପାଇଁ ଏହି ସମ୍ମାନ ଏକ ସ୍ବୀକୃତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଉଭୟ ଦେଶ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୋଦୀଙ୍କ ସମେତ ତିନି କ୍ବାଡ୍ ରାଷ୍ଟ୍ରମୁଖ୍ୟଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ
/sambad/media/post_attachments/wp-content/uploads/2020/12/fh4s47987fsh987f98fsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)