‘ଖାଇକେ ପାନ୍‌ ବନାରସ ଓ୍ଵାଲା…’ ଗୀତରେ ଅମିତାଭ ବଚ୍ଚନ କାହିଁକି ଏମିତି ଡ୍ୟାନ୍‌ସ କରିଥିଲେ? ଜାଣନ୍ତି ଅସଲ କଥା

ମୁମ୍ବାଇ : ଅମିତାଭ ବଚ୍ଚନ ଓ ଜୀନତ ଅମାନ୍‌ ଷ୍ଟାରର୍‌ ବ୍ଲକବଷ୍ଟର ମୁଭି ଥିଲା ‘ଡନ୍‌’। ଏହି ଫିଲ୍ମ ରିଲିଜ୍‌ ହେବାର ପ୍ରାୟ ୪୦ ବର୍ଷ ପୂରଣ ହୋଇଯାଇଛି। ଏହି ଫିଲ୍ମଟି ଆକସନ୍‌ ଓ ମ୍ୟୁଜିକ୍‌ ପାଇଁ ଆଜି ବି ସ୍ମରଣୀୟ ହୋଇରହିଛି।

୧୯୭୮ରେ ରିଲିଜ୍‌ ହୋଇଥିବା ‘ଡନ୍‌’ର ନିର୍ଦ୍ଦେଶନା ଦେଇଥିଲେ ଚନ୍ଦ୍ରା ବାରୋଟ୍‌। ଏହି ଫିଲ୍ମର ସବୁଠାରୁ ସ୍ମରଣୀୟ ଓ ହିଟ୍‌ ଗୀତ ହେଲା ‘ଖାଇକେ ପାନ୍‌ ବନାରସ୍‌ ଓ୍ଵାଲା’।

ଏହି ଗୀତରେ ଅମିତାଭ ବଚ୍ଚନଙ୍କ ନୃତ୍ୟ ଶୈଳୀ ଥିଲା ନିଆରା। ସେ ହାତ ଉପରକୁ ରଖି ଅଣ୍ଟାରେ ହାତ ଦେଇ ନାଚୁଥିବା ଦେଖିବାକୁ ମିଳିଥିଲେ। ସମସ୍ତେ ଭାବିଥିଲେ ଏହା ବୋଧହୁଏ ଅମିତାଭଙ୍କର ନୂଆ ଷ୍ଟାଇଲର ଡ୍ୟାନ୍‌ସ। ଆଉ କେତେକ ମନେ କରିଥିଲେ ଯେ, ନୃତ୍ୟ ନିର୍ଦ୍ଦେଶକ ଏଭଳି ଷ୍ଟେପ୍‌ସ ଶିଖାଇଥିଲେ ବିଗ୍‌ ବିଙ୍କୁ।

ପ୍ରକୃତ କଥାଟା କିନ୍ତୁ ଭିନ୍ନ। ପ୍ରକୃତରେ ‘ଡନ୍‌’ର କେତେକ ଆକସନ୍‌ ସିନ୍‌ର ସୁଟିଂ ବେଳେ ଅମିତାଭ ବଚ୍ଚନଙ୍କର ଗୋଡରେ ଫ୍ରାକ୍‌ଚର୍‌ ହୋଇଥିଲା। ଏହାର ପ୍ରଭାବରେ ସେ ଭଲଭାବେ ନୃତ୍ୟ କରିବାରେ ଅକ୍ଷମ ଥିଲେ। ଏହାକୁ ଲକ୍ଷ୍ୟ କରି କୋରିଗ୍ରୋଫର୍‌ ଅମିତାଭ ବଚ୍ଚନଙ୍କୁ ଏକ ନୂଆ ଶୈଳୀର ଡ୍ୟାନ୍‌ସ ଶିଖାଇଥିଲେ ,ଯେଉଁଥିରେ ବେଶି ଗୋଡ଼ ହଲାଇବାକୁ ପଡ଼ିବନି, ହାତ ହଲାଇବାକୁ ପଡ଼ିବ।

photo-aajtak

ଅମିତାଭ ବଚ୍ଚନ ଏହି ଗୀତରେ ନିଜର ଓଠ ଲାଲ୍‌ କରିବା ପାଇଁ ୩୦ରୁ ୪୦ଟି ପାନ ଖାଇଥିଲେ।ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ, ‘ଖାଇକେ ପାନ୍‌ ବନାରସ ଓ୍ଵାଲା…’ ଗୀତରେ ଡ୍ୟାନ୍‌ସ କରିବା ପରଦିନ ଅମିତାଭ ବଚ୍ଚନ ସମ୍ପୂର୍ଣ୍ଣ ବିଶ୍ରାମ ନେଇଥିଲେ।

ସମ୍ବନ୍ଧିତ ଖବର