ମୁମ୍ବାଇ : ସୁପରହିଟ୍ ମରାଠୀ ଫିଲ୍ମ ‘ସୈରାଟ୍’ର ନିର୍ଦ୍ଦେଶକ ନାଗରାଜ ମଂଜୁଲେଙ୍କ ଫିଲ୍ମରେ ବିଗ୍ ବି ଅମିତାଭ ବଚ୍ଚନ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଏହି ଫିଲ୍ମ ପାଇଁ ଅମିତାଭ ବଚ୍ଚନ ଗତବର୍ଷ ସାଇନିଂ ଏମାଉଣ୍ଟ ବି ନେଇଥିଲେ। ହେଲେ ଏବେ ଏଥିରୁ ଓହରି ଯାଇଛନ୍ତି ବିଗ୍ ବି।
ଏଠାରେ ଯେଉଁ ସିନେମାର କଥା କୁହାଯାଉଛି, ତାର ଟାଇଟଲ ହେଲା ‘ଝଣ୍ଡୁ’। ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ନାଗରାଜ ମଂଜୁଲେଙ୍କର ଏହା ବଲିଉଡ ଡେବ୍ୟୁ।
ଏହାର କାହାଣୀ ଜଣେ ଅବସରପ୍ରାପ୍ତ ସ୍ପୋର୍ଟସ ଟିଚର୍ଙ୍କ ଉପରେ ଆଧାରିତ। ଏଥିରେ ଅମିତାଭ ବଚ୍ଚନ ଫୁଟବଲ୍ ଟିଚର୍ ଭୂମିକାରେ ନଜର ଆସିଥାନ୍ତେ। ଏହି ଫିଲ୍ମର ସୁଟିଂ ଯେଉଁ ସମୟରେ ଆରମ୍ଭ ହେବାର ଥିଲା, ସେହି ସମୟରେ ଆରମ୍ଭ ହୋଇପାରି ନଥିଲା। ଫଳତଃ ଅମିତାଭଙ୍କ ଡେଟ୍ସ ସମସ୍ୟା ଏବେ ଦେଖା ଦେଇଛି।
ଅନ୍ୟପକ୍ଷରେ ଫିଲ୍ମର କିଛି କପି ରାଇଟ୍ ଇସ୍ୟୁ ରହିଥିବା ହେତୁ ଅମିତାଭ ବଚ୍ଚନ ‘ଝଣ୍ଡୁ’ ଛାଡିଛନ୍ତି ବୋଲି କୁହାଯାଉଛି। ଆହୁରି ମଧ୍ୟ କୁହାଯାଉଛି ଯେ ଅମିତାଭ ବଚ୍ଚନ ଇତିମଧ୍ୟରେ ଫିଲ୍ମର ପ୍ରଯୋଜକଙ୍କୁ ସାଇନିଂ ଏମାଉଣ୍ଟ ଫେରାଇ ଦେଇଛନ୍ତି।
/sambad/media/post_attachments/wp-content/uploads/2018/05/amitav-nagraj-MT-image.jpg)
ନିର୍ଦ୍ଦେଶକ ନାଗରାଜ ମଂଜୁଲେ ନିଜକୁ ଅମିତାଭ ବଚ୍ଚନଙ୍କର ବିଗ୍ ଫ୍ୟାନ୍ ବୋଲି କହିଛନ୍ତି। ସେ ‘ସୈରାଟ୍’ କଂପ୍ଲିଟ୍ କରିବା ପରେ ‘ଝଣ୍ଡୁ’ର ସ୍କି୍ରପ୍ଟ୍ ଲେଖିଥିଲେ।