ଏହି ଷ୍ଟାରସନ୍‌ଙ୍କୁ ଏଥର ପୂଜାରେ ଦେଖିବାକୁ ମିଳିବ ନାହିଁ

ଭୁବନେଶ୍ୱର: ଏଥର ଦଶହରା ଅବସରରେ ମୁକ୍ତିଲାଭ କରୁଥିବା ଦୁଇଟି ଓଡ଼ିଆ ସିନେମାରେ ଜଣେ ଷ୍ଟାରସନ୍‌ଙ୍କୁ ତ ଦେଖିବାକୁ ମିଳିବ ହେଲେ ଆଉ ଜଣେ ଜଣାଶୁଣା ଷ୍ଟାର ସନ୍‌ଙ୍କ ଦେଖା ପାଇବେ ନାହିଁ ଦର୍ଶକ । ଏହି ଷ୍ଟାର ସନ୍‌ ହେଲେ ଅମ୍ଳାନ ଯାହାଙ୍କୁ ଦର୍ଶକ ଏକାଧିକ ବାର ଦଶହରା ସିନେମାରେ ଭେଟିଛନ୍ତି । ହଁ ଅମ୍ଳାନଙ୍କ ଅଭିନୀତ ପ୍ରଥମ ପୂଜା ସିନେମା ହେଲା ‘ତୁ ମୋ’ ଦେହର ଛାଇ’। ଏହା ୨୦୧୩ ପୂଜା ବଜାରରେ ରିଲିଜ୍‌ ହୋଇଥିଲା। ତା’ପରେ ଅମ୍ଳାନଙ୍କ ଦ୍ୱିତୀୟ ପୂଜା ସିନେମା ଥିଲା ୨୦୧୪ରେ ମୁକ୍ତିଲାଭ କରିଥିବା ଆକ୍‌ସନ୍‌ ପ୍ୟାକ୍‌ଡ ମୁଭି ‘ପାଗଳ କରିଛୁ ତୁ’।ଏହାପରେ ଅମ୍ଳାନଙ୍କୁ ୨୦୧୬ ପୂଜା ବଜାରର ସିନେମାରେ ‘ତୋ’ର ଦିନେ କୁ ମୋର ଦିନେ’ରେ ବି ଦେଖିବାକୁ ପାଇଥିଲେ ସିନେପ୍ରେମୀ।
ଏକ ବଡ଼ ସଂଯୋଗର ବିଷୟ ଯେ,ଅମ୍ଳାନ ଯେବେ ବି ପୂଜା ବଜାରକୁ ଆସିଛନ୍ତି,ସେଥିରେ ତାଙ୍କର ନାୟିକା ବନିଛନ୍ତି ଗ୍ଲାମରସ୍‌ ରୀୟା ଦେ।ଅର୍ଥାତ୍‌ ଅମ୍ଳାନ-ରୀୟାଙ୍କ ଯୋଡ଼ି ଏକାଧିକବାର ପୂଜା ବଜାରରେ ରାଜ୍‌ କରିଛନ୍ତି। ଉପରୋକ୍ତ ତିନିଟିଯାକ ସିନେମାରେ ଅମ୍ଳାନ-ରୀୟାଙ୍କ ଯୋଡି ନଜର ଆସିଥିଲେ।


ହେଲେ ଏଥର ପୂଜା ବଜାରରେ ଅମ୍ଳାନଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍‌ ହେଉ ନ ଥିବା ହେତୁ ତାଙ୍କୁ ଦେଖିବାକୁ ପାଇବେନି ।

ସମ୍ବନ୍ଧିତ ଖବର