ବୌଦ୍ଧ ଜିଲ୍ଲାସ୍ତରୀୟ ସ୍ବାଧୀନତାର ଅମୃତ ମହୋତ୍ସବ

ବୌଦ୍ଧ: ବୌଦ୍ଧ ଜିଲ୍ଲା ନେହରୁ ଯୁବକେନ୍ଦ୍ର ପକ୍ଷରୁ ସ୍ବାଧୀନତାର ୭୫ ବର୍ଷ ଅବସରରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ‘ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍’ ଉଦ୍‌ଘାଟିତ ହୋଇଛି। ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଅଶ୍ବିନୀ ମେହେର ଅତିଥି ଭାବରେ ଯୋଗ ଦେଇ ପ୍ରତିଦିନ ୩୦ ମିନିଟ ଶାରୀରିକ ବ୍ୟାୟାମ କରିବା ପାଇଁ ଶପଥ ପାଠ କରାଇଥିଲେ।

ନେହରୁ ଯୁବକେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ବୀରେନ୍ଦର ସିଂହ ବୋକେନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଗଣଦୌଡ଼ରେ ବୌଦ୍ଧ ପଞ୍ଚାୟତ କଲେଜର ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ଯୁବ ରେଡକ୍ରସ, ଜୟ ଭୈରବୀ କ୍ଲବ, ଯୁବ ସ୍ବେଚ୍ଛାସେବୀଙ୍କ ସହ ପ୍ରାଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଏସ୍‌ପି ଜ୍ଞାନରଞ୍ଜନ ମହାନ୍ତି ଗଣ‌ଦୌଡ଼ର ଶୁଭାରମ୍ଭ କରିଥିଲେ। ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପବିତ୍ର ରାଉତ, ଦେବାଶିଷ ପୁରୋହିତ, ବିପ୍ର ଚରଣ ମହାନ୍ତି, ସନ୍ତୋଷ ପୁରୋହିତ, ପ୍ରତାପ ସାହୁ, ଡ. ମହେନ୍ଦ୍ର ଦେବତା, ପ୍ରବୀର ଦାସ ପ୍ରମୁଖ ଏଥିରେ ସାମିଲ ଥିଲେ। କଚେରି ପଡ଼ିଆରୁ ଗଣଦୌଡ଼ ଆରମ୍ଭ ହୋଇ ଏନଏସି ଛକ, ଗାନ୍ଧୀଛକ, ପୋଷ୍ଟ ଅଫିସ ଛକ ଦେଇ କଚେରି ପଡ଼ିଆରେ ଶେଷ ହୋଇଥିଲା।

 

ସମ୍ବନ୍ଧିତ ଖବର