ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ହୋଇଆସୁଛି। କିଛି ମାସ ହେବ ଏହି ଚର୍ଚ୍ଚା ହେଉଥିଲେ ବି ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। କିଛି ଦିନ ତଳେ ଅନନ୍ୟା କରିଥିବା ପୋଷ୍ଟକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା, ଯାହା ବ୍ରେକଅପ ଚର୍ଚ୍ଚାକୁ ବଢ଼ାଇଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ଆଦିତ୍ୟ ଓ ଅନନ୍ୟାଙ୍କ ବ୍ରେକଅପର କାରଣ ସାମ୍ନାକୁ ଆସିଛି।
ଅନନ୍ୟାଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ କହିଥିବା କଥାଟି ବ୍ରେକଅପର କାରଣ ହୋଇପାରେ ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ଭିଡିଓରେ ଅନନ୍ୟା କହୁଛନ୍ତି ଯେ, ଦିନେ ମୋ ପ୍ରେମିକ ସହ ଝଗଡ଼ା ହେବା ପରେ ମୁଁ ତାଙ୍କୁ ୭୫ଥର କଲ୍ କରିଥିଲି। ସେ ଆଉ କାହା ପ୍ରେମରେ ପଡ଼ିଯିବେ ବୋଲି ମୋ ମନରେ ଡର ଥିଲା। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଅନନ୍ୟାଙ୍କ ଡର ହିଁ ତାଙ୍କ ବ୍ରେକଅପର କାରଣ ପାଲଟିଲା ବୋଲି ଚର୍ଚ୍ଚା ହେଉଛି।

କିଛି ଦିନ ତଳେ ଇନଷ୍ଟା ଷ୍ଟାଟସରେ ଅନନ୍ୟା ଲେଖିଥିଲେ, “ଯାହାକୁ ତୁମ ପାଇଁ ଭଗବାନ ଲେଖିଥିବେ, ସେ ଆପେ ଆପେ ତୁମ ପାଖକୁ ଆସିବ। ତୁମେ ତାକୁ ଯେତେ ବି ନିଜ ଜୀବନରୁ ଦୂରେଇ ରଖିଲେ ବି ସେ ପୁଣି ତୁମ ପାଖକୁ ଆସିବ।” ତାଙ୍କର ଏହି ପୋଷ୍ଟ ପରେ ଆଦିତ୍ୟଙ୍କ ସହ ତାଙ୍କର ବ୍ରେକଅପ ହୋଇଥିବା ଚର୍ଚ୍ଚା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/t-7.jpg)