ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି ରମନାଙ୍କ ବିରୋଧରେ ଅଭିଯୋଗ ଆଣି ମୁଖ୍ୟ ବିଚାରପତି ଏସ୍ ଏ ବୋବଡେଙ୍କ ନିକଟକୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ବିଚାରପତି ଜଷ୍ଟିସ୍ ଏନ୍ ଭି ରମନା ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଖଣ୍ଡପୀଠ ଗଠନ ଓ ବିଚାରପତିଙ୍କୁ ଦୈନନ୍ଦିନ କାର୍ଯ୍ୟ ଆବଣ୍ଟନକୁ ପ୍ରଭାବିତ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।

Advertisment

ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ତାଙ୍କର ଭିତିରିଆ ସଂପର୍କ ଥିବା  ଅଭିଯୋଗ କରିଛନ୍ତି । ମୁଖ୍ୟ ବିଚାରପତିଙ୍କୁ ଲେଖିଥିବା ଚିଠିରେ ସେ ଦୁଃଖ ପ୍ରକାଶ କରି ଲେଖିଛନ୍ତି କି ଲୋକତାନ୍ତ୍ରିକ ବ୍ୟବସ୍ଥାରେ ଗଠିତ ହୋଇଥିବା ସରକାରକୁ ଅସ୍ଥିର କରିବାକୁ ନ୍ୟାୟାଳୟ ଭଳି ସଂସ୍ଥାକୁ ବ୍ୟବହାର କରାଯାଉଛି ।

ଉକ୍ତ ପତ୍ରରେ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ୪ ଜଣ ବିଚାରପତିଙ୍କ ନାମ ଲେଖାଯାଇଥିବା ସହ ସୁପ୍ରିମକୋର୍ଟର ବିଚାରପତି ଏନ୍ ଭି ରମନା ଆନ୍ଧ୍ରପ୍ରଦେଶ ହାଇକୋର୍ଟର କାର୍ଯ୍ୟଧାରାକୁ ପ୍ରଭାବିତ କରୁଥିବା ଅଭିଯୋଗ କରାଯାଇଛି। ଅଭିଯୋଗ କରାଯାଇଛି କି ଚନ୍ଦ୍ରବାବୁ ନାଇଡୁ ଓ ତେଲୁଗଦେଶମ୍ ପାର୍ଟି ନାମରେ ଚାଲିଥିବା ମାମଲାକୁ ରଫାଦଫା କରିବାକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ରମନା ଆନ୍ଧ୍ର ହାଇକୋର୍ଟ ଉପରେ ଚାପ ପକାଉଛନ୍ତି ।

सीएम जगन ने SC के जज पर लगाया सरकार गिराने की कोशिश करने का आरोप oneindia

ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ କହିବା ମୁତାବକ, ୱାଇଏସ ଆର କଂଗ୍ରେସ ପାର୍ଟି ମେ’୨୦୧୯ ରେ କ୍ଷମତା ହାସଲ କରିବା ପରେ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଶାସନ କାଳ ଜୁନ୍ ୨୦୧୪ ରୁ ମେ’ ୨୦୧୯ପର୍ଯ୍ୟନ୍ତ ହୋଇଥିବା ସମସ୍ତ କାରବାରର ତଦନ୍ତ ନିର୍ଦେଶ ଦେଇଥିଲା। କ୍ଷମତାରେ ଥିବା ସରକାରଙ୍କୁ ସମର୍ଥନ କରିବ‌ା ପରିବର୍ତ୍ତେ ସୁପ୍ରିମକୋର୍ଟର ବିଚାରପତି ରାଜ୍ୟରେ ନ୍ୟାୟ ବ୍ୟବସ୍ଥାର ପରିଚାଳନା ଉପରେ ପ୍ରଭାବ ପକାଇବା ଆରମ୍ଭ କରିଥିଲେ।