ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୦୧୯ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୧ ହଜାର ୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ୭୯୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରୁ ୧୪୧ ଜଣ, କଟକ ଜିଲ୍ଲାରୁ ୧୦୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୫ ଜଣ, ଅନୁଗୁଳ ଜିଲ୍ଲାରୁ ୭୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୯ ଜଣ, ମୟୂରଭଂଜ ଜିଲ୍ଲାରୁ ୫୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୦ ଜଣ, କୋରାପୁଟ ଜିଲ୍ଲାରୁ ୪୧ ଜଣ, ନୂଆପଡ଼ା ଜିଲ୍ଲାରୁ ୩୯ ଜଣ, କେନ୍ଦୁଝର ଜିଲ୍ଲାରୁ ୩୭ ଜଣ, ବରଗଡ଼ ଜିଲ୍ଲାରୁ ୩୦ ଜଣ, ପୁରୀ ଜିଲ୍ଲାରୁ ୨୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୮ ଜଣ, ନବରଂଗପୁର ଜିଲ୍ଲାରୁ ୨୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୨ ଜଣ, ଯାଜପୁର ଜିଲ୍ଲାରୁ ୨୧ ଜଣ, ନୟାଗଡ଼ ଜିଲ୍ଲାରୁ ୧୭ ଜଣ, ଗଂଜାମ ଜିଲ୍ଲାରୁ ୧୫ ଜଣ, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରୁ ୧୨ ଜଣ ଲେଖାଏଁ, ରାୟଗଡ଼ା, ସୁବର୍ଣ୍ଣପୁର ଜିଲ୍ଲାରୁ ୧୦-୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲାରୁ ୯ ଜଣ, ଦେବଗଡ଼ ଜିଲ୍ଲାରୁ ୫ ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, ମାଲକାନଗିରି ଜିଲ୍ଲାରୁ ୪ ଜଣ, ବୌଦ୍ଧ ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ଜଣେ ଓ ରାଜ୍ୟପୁଲରୁ ୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର