ଏ ବର୍ଷ କ’ଣ ପରଦାକୁ ଆସିବେ ଅନୁ ଚୌଧୁରୀ ?

ଭୁବନେଶ୍ୱର : ଦିନେ ଅନୁ ଚୌଧୁରୀଙ୍କ ହାତରେ ଢ଼େର ସିନେମା ରହୁଥିଲା ହେଲେ ଏବେ ସେଭଳି ଅବସ୍ଥା ନାହିଁ। ସେ ଥିଲେ ଏକଦା ଓଲିଉଡ୍‌ର ଏକ ନମ୍ବର ନାୟିକା ,ଏବେ କିନ୍ତୁ ନାୟିକାଭାବେ ତାଙ୍କୁ ବେଶି ସିନେମାରେ ଦେଖିବାକୁ ପାଉ ନାହାନ୍ତି ସିନେପ୍ରେମୀ। ସବୁଠୁ ବଡ଼ କଥା ହେଲା ଯେ ସେ ଏଯାବତ୍‌ ଚରିତ୍ର ଅଭିନୟକୁ ଓହ୍ଲାଇ ନାହାନ୍ତି। ଅନୁ ଏଥି ଲାଗି ଫିଲ୍ମ ଛାଡ଼ୁଛନ୍ତି । ସେ ଯାହା ହେଉନା କାହିଁକ ଅନୁଙ୍କୁ ଦର୍ଶକ ଗତ ବର୍ଷ କେବଳ ଗୋଟିଏ ଓଡ଼ିଆ ଛବିରେ ଦେଖିବାକୁ ପାଇଥିଲେ।
ଅନୁ ଚୌଧୁରୀଙ୍କ ଯେଉଁ ସିନେମା କଥା ଏଠାରେ କୁହାଯାଉଛି ତାହା ହେଲା ‘ଗଡଫାଦର୍‌’। ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦେଶିତ‘ଗଡଫାଦର୍‌’ ରେ ତାଙ୍କୁ ଏକଦମ୍‌ ଭିନ୍ନ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇଲେ । ଏହି ଫିଲ୍ମରେ ଅନୁଙ୍କୁ ତାଙ୍କର ହିଟ୍‌ ପାର୍ଟନର୍‌ ସିଦ୍ଧାନ୍ତଙ୍କ ସହ ପୁଣି ଥରେ ନଜର ଆସିଥିଲେ।


ହେଲେ ଏବର୍ଷ ଅନୁ ପୁଣି ପରଦାକୁ ଆସିବେ ତ ! ଏହି ପ୍ରଶ୍ନ ଘାରିଛି ଅନୁଙ୍କ ଫ୍ୟାନମାନଙ୍କୁ । ଏଣେ ସେ ଆଜି ସକ୍ରିୟ ରାଜନୀତିକୁ ଆସୁଛନ୍ତି। ହଁ ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉଛନ୍ତି। ଏହାପରେ ସେ ରାଜନୀତିରେ ଅଧିକ ସକ୍ରିୟ ହେଲେ ରୁପେଲି ପରଦାରେ ନଜର ଆସିବା କମିଯିବ।ଏବେ ତାଙ୍କ ହାତରେ କୌଣସି ନୂଆ ସିନେମା ନାହିଁ। ତେବେ ଆଗକୁ ଯଦି ସେ କୌଣସି ଫିଲ୍ମରେ କାମ କରୁଛନ୍ତି ତେବେ ଭଲ କଥା , ନ ହେଲେ ଏ ବର୍ଷ ଅନୁପସ୍ଥିତ ରହି ପାରନ୍ତି ଅନୁ।

ସମ୍ବନ୍ଧିତ ଖବର