ନୂଆଦିଲ୍ଲୀ: ଗତଶନିବାର ଦକ୍ଷିଣ ଆଫ୍ରିକାର ପୂର୍ବତନ କିମ୍ବଦନ୍ତୀ ଖେଳାଳି ଏବି ଡିଭିଲିୟର୍ସ ଭାରତ ଓ ଇଂଲଣ୍ଡ ମ୍ୟାଚ ପରେ ନିଜର ୟୁଟ୍ୟୁବ ଚାନେଲରେ ଲାଇଭ ଆସିଥିଲେ। ଏହି ଲାଇଭ ସମୟରେ ତାଙ୍କୁ ଫ୍ୟାନ୍ସମାନେ ଅନେକ ପ୍ରଶ୍ନ କରିଥିଲେ।

Advertisment

ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏବି ଡିଭିଲିୟର୍ସ କହିଥିବା ଏକ କଥା ଚର୍ଚ୍ଚାରେ ରହିଛି। ଜଣେ ଫ୍ୟାନ୍ସ ଏବି ଡିଭିଲିୟର୍ସଙ୍କୁ ବିରାଟ କୋହଲିଙ୍କ ବିଷୟରେ ପଚାରିଥିଲେ।

‌ଡିଭିଲିୟର୍ସ ବିରାଟଙ୍କ ବିଷୟରେ ଆଲୋଚନା କରି କହିଥିଲେ, ‘ମୁଁ ତାଙ୍କୁ କଲ କରି ଭଲମନ୍ଦ ପଚାରିଥିଲି। ଏହି ସମୟରେ ସେ ତାଙ୍କ ପରିବାର ସହିତ ବ୍ୟସ୍ତ ଥିବା କଥା କହିଥିଲେ। କାରଣ ତାଙ୍କର ଦ୍ବିତୀୟ ସନ୍ତାନ ଆସିବାକୁ ଯାଉଛି। ତେଣୁ ସେ ତାଙ୍କ ପରିବାରକୁ ଅଧିକ ସମୟ ଦେଉଛନ୍ତି।’

ବିରାଟ କୋହଲି ୨୦୨୧ରେ ବାପା ହୋଇଥିଲା। ଅନୁଷ୍କା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଦ୍ବିତୀୟଥର ବାପା ଓ ମା’ ହେବାର କଥା କେତେଦୂର ସତ ତାହା ବିରୁଷ୍କା ହିଁ କହି ପାରିବେ।

ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଟିମ୍ ଇଣ୍ଡିଆଠାରୁ ଦୂରେଇ ରହିବା ସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ସେ ନିଜ ନାମ ପ୍ରତ୍ୟାହାର କରିନେଇଥିଲେ । ଏହି ସମୟରେ ବିସିସିଆଇ ଏକ ପ୍ରେସ ରିଲିଜ ଜାରି କରି ବିରାଟଙ୍କ ପ୍ର‌ାଇଭେସି ରକ୍ଷା କରିବା ପାଇଁ କହିଥିଲେ।