ମୁମ୍ବାଇ: ବଲିଉଡ ନାୟିକା ଅନୁଷ୍କା ଶର୍ମା ବିବାହ ପୂର୍ବରୁ ଜଣେ ଯୁବତୀଙ୍କୁ ଦେଇଥିବା କଥା ରଖିଛନ୍ତି। ସେ ଇଟାଲୀଠାରେ କ୍ରିକେଟର ବିରାଟ କୋହଲୀଙ୍କୁ ବିବାହ କରିଛନ୍ତି। ସେହି ବିବାହପରେ ଯେତେବେଳେ ବିରାଟଙ୍କ ସହ କଥା ହେଲେ ସେତେବେଳେ ପ୍ରଚ୍ଛଦରୁ ଶୁଭୁଥିଲା ଏକ ଗୀତ –ଦିନ୍ ଶଗନା ଦ ଚଢ଼େୟା….। ଏହା ହେଉଛି ଅନୁଷ୍କା ଶର୍ମାଙ୍କ ସିନେମା ‘ଫିଲ୍ଲୌରୀ’ର ଗୀତ। ଏହି ଗୀତରେ କଣ୍ଠଦାନ କରିଛନ୍ତି ପ୍ରଖ୍ୟାତ ପଞ୍ଜାବୀ ଗାୟିକା ଜସଲୀନ୍ ରୟାଲ୍। ତାଙ୍କର ପ୍ରକୃତ ନାମ ଜସଲୀନ୍ କୌର୍ ହେଲେ ସେ ଜସଲୀନ୍ ରୟାଲ୍ ନାମରେ ପରିଚିତ।
/sambad/media/post_attachments/wp-content/uploads/2017/12/virat-anushka-ndtv_650x400_41507908708-2.jpg)
ଯେଉଁଦିନ ଏହି ଗୀତର ରେକର୍ଡିଂ କରାଯାଇଥିଲା, ସେହି ଦିନ ଅନୁଷ୍କା ଖୁବ୍ ଭାବପ୍ରବଣ ହୋଇ ଉଠିଥିଲେ। ଅନୁଷ୍କା ଶର୍ମା ସେହି ସମୟରେ ଜସଲୀନ୍ କୌର୍ ଙ୍କୁ କହିଥିଲେ ଯେ ତାଙ୍କର ବାହାଘର ବେଳେ ଏହି ଗୀତ ନିଶ୍ଚିତ ବାଜିବ। ଆଉ ନିଜେ ଦେଇଥିବା କଥା ବି ରଖିଛନ୍ତି ଅନୁଷ୍କା। ଏହାକୁ ନେଇ ଖୁସି ଜାହିର କରିଛନ୍ତି ଗାୟିକା ଜସଲୀନ୍ ରୟାଲ୍। ଜସଲୀନ୍ କେବଳ ଯେ ଜଣେ ଗାୟିକା ,ତାହା ନୁହେଁ ବରଂ ସେ ଜଣେ ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ।