ମୁମ୍ବାଇ: ଆପଣମାନଙ୍କୁ ଏହି ଖବର ଜାଣିଲାପରେ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ କି କିଭଳି ଏମ୍ ଏସ୍ ଧୋନିଙ୍କ ପୂର୍ବରୁ ସାକ୍ଷୀଙ୍କୁ ବଲିଉଡ଼୍ର ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଜାଣିଥିବେ ବୋଲି?ତେବେ ହଁ ଏ କଥାଟି ସଂପୂର୍ଣ୍ଣ ହିଁ ସତ ଅଟେ। କାହିଁକିନାା ବିରାଟ୍ କୋହ୍ଲିଙ୍କର ତଥାକଥିତ ଗର୍ଲଫ୍ରେଣ୍ଡ୍ ବୋଲାଉଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ସାକ୍ଷୀଙ୍କୁ ଧୋନିଙ୍କ ପୂର୍ବରୁ ଜାଣିଛନ୍ତି,ଯେବେକି ଧୋନିଙ୍କର ସାକ୍ଷାତ ସାକ୍ଷୀଙ୍କ ସହିତ ଆଦୌ ହିଁ ହୋଇନଥିଲା।
ସୂଚନା ଅନୁଯାୟୀ, ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ସାକ୍ଷୀ ଧୋନିଙ୍କର ପିଲାବେଳର ଫଟୋକୁ ଅନୁଷ୍କା ଶର୍ମାଙ୍କର ଜଣେ ଫ୍ୟାନ୍ କ୍ଲବ୍ର ଜଣେ ସଦସ୍ୟ ଯେବେ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଥିଲେ,ସେବେଠୁଁ ହିଁ ଜାଣିବାକୁ ମିଳିଲାକି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଧୋନିଙ୍କ ପତ୍ନୀ ସାକ୍ଷୀ ପରସ୍ପରକୁ ପିଲାବେଳରୁ ଜାଣିଛନ୍ତି।ଏଥିସହିତ ଏବେ ଅନୁଷ୍କା ଓ ସାକ୍ଷୀଙ୍କର ଏହି ଫଟୋଟି ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାକୁ ଲାଗିଛି।ଏତଦ୍ବ୍ୟତୀତ ଅଭିନେତ୍ରୀ ଅନୁଷ୍କା ମଧ୍ୟଏହି ନିକଟରେ ହୋଇଥିବା ଏକ ସାକ୍ଷାତ୍କାର ଜରିଆରେ ସ୍ୱୀକାର କରିଛନ୍ତି କି,ସାକ୍ଷୀ ଓ ସେ ପିଲାବେଳର ବାନ୍ଧବୀ ଅଟନ୍ତି।କାହିଁକିନା ସେମାନେ ଦୁହେଁ ଗୋଟିଏ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସେ ଯେତେବେଳେ ଆସାମ ଯାଇଥିଲେ,ସେତେବେଳେ ତାଙ୍କୁ ସେହି ସ୍କୁଲ୍ରେ ଆଡ଼୍ମିସନ୍ କରାଯାଇଥିଲା,ଯେଉଁ ସ୍କୁଲ୍ରେ କି ପୂର୍ବରୁ ସାକ୍ଷୀ ପାଠ ପଢ଼ୁଥିଲେ। ତେବେ ଅନୁଷ୍କା ଏବଂ ସାକ୍ଷୀଙ୍କର ଯେଉଁ ଫଟୋଟି ଭାଇରାଲ୍ ହୋଇଛି ,ସେଥିରେ ଅନୁଷ୍କା ଏକ ଘାଗରା ଚୋଲି ପିନ୍ଧିଥିବାବେଳେ,ସାକ୍ଷୀ ପରୀ ଲୁକ୍ରେ ରହିଥିଲେ। ତେବେ ଏହାବ୍ୟତୀତ ମଧ୍ୟ ଏଦୁହିଁଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି,ଯେଉଁଥିରେ ସାକ୍ଷୀଙ୍କ ସହିତ ଅନୁଷ୍କା ଏବଂ ତାଙ୍କର ଭାଇ କର୍ଣ୍ଣେଶ ମଧ୍ୟ ଦେଖାଯାଇଛନ୍ତି।