ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ଅନୁଭାଙ୍କର ଆଜି ବାର୍ଥ ଡେ। ଏହି ଅବସରରେ ତାଙ୍କ ସଂପର୍କୀତ ଏକ କଥା ଏଠାରେ ଉପସ୍ଥାପନ କରୁଛୁ। ବାସ୍ତବ ଜୀବନରେ ଜଣେ ବିଟେକ୍ ପାସ୍ ଆଉଟ୍ ହେଲେ ଅନୁଭା । ସେ ମୁଁ ପ୍ରେମୀ ମୁଁ ପାଗଳ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ତାପରେ ତାଙ୍କୁ ସୁଇଟ୍ ହାର୍ଟ, ସମୟ ବଡ଼ ବଳବାନ୍, ରିଭେଂଜ୍ ଏବଂ ‘ବଜରଙ୍ଗୀ ’ ଆଦି ସିନେମାରେ ଦେଖିବାକୁ ମିଳିଛି। ସେ ଥରଟିଏ ପୁଲିସ ଅଫିସର୍ ଭୂମିକାରେ ଅବଶ୍ୟ ନଜର ଆସିଛନ୍ତି।
ହଁ ସେ ‘ବଜରଙ୍ଗୀ ’ସିନେମାରେ କାମ କରିଥିଲେ, ଯେଉଁଥିରେ ତାଙ୍କ ଅଭିନୀତ ଚରିତ୍ରଟି ହେଲା ପୁଲିସ ଅଫିସର୍ । ବରିଷ୍ଠ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କ କନ୍ୟା ଅନୁଭାଙ୍କର ଭୂମିକାଟି ଖୁବ୍ ଦମ୍ଦାର ଥିଲା । ଜଣେ ସଚ୍ଚୋଟ ଓ ଡେଆରିଂ ପୁଲିସ ଅଫିସର ଭୂମିକାରେ ନଜର ଆସିଥିଲେ ଅନୁଭା । ଏହି ଫିଲ୍ମରେ ତାଙ୍କର ଆକ୍ସନ ସିନ୍ ବି ରହିଥିଲା ।
ନିର୍ଦ୍ଦେଶକ ବିିନି ପଟ୍ଟନାୟକ ତାଙ୍କ ପୂର୍ବ ଫିଲ୍ମ ‘ଝିଅଟା ବିଗିଡ଼ିଗଲା’ ରେ ବି ତାଙ୍କୁ ଏଭଳି ପୁଲିସ ଅଫିସର ଭୂମିକାରେ ନେବାକୁ ଚାହୁଁଥିଲେ ଏବଂ ତାଙ୍କୁ ଅଫର୍ ବି ଦେଇଥିଲେ । ହେଲେ ସେତେବେଳେ ସେ ମନା କରିଥିଲେ । ପୁଣି ଥରେ ସେଭଳି ଭୂମିକାଟିର ଅଫର୍ ନେଇ ଆସିଥିଲେ ନିର୍ଦ୍ଦେଶକ । ଏଥର ସେ ଏହାକୁ ସ୍ୱୀକାର କରିଥିଲେ । ଅନୁଭାଙ୍କ ଭାଷାରେ ‘ମତେ ନିର୍ଦ୍ଦେଶକ ପୁଲିସ ଅଫିସର ବନେଇକି ଛାଡ଼ିବେ ବୋଲି ବିନି ସାର୍ ପଣ କରିଥିଲେ । ’