ଛାଡ଼ପତ୍ରର ଦୁଇ ବର୍ଷ ପରେ ଏହି ଯୁବତୀଙ୍କ ପ୍ରେମରେ ପଡ଼ିଲେ ଅର୍‌ବାଜ୍‌ ଖାନ୍‌, ଗୋଟିଏ ଫଟୋ ଖୋଲିଦେଲା ସବୁ ରାଜ

ମୁମ୍ବାଇ: କିଛି ମାସ ତଳେ ଅର୍‌ବାଜ୍‌ ଖାନ୍‌ ଆଇପିଏଲ୍‌ ବେଟିଂକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ସେ ନିଜ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅଗଷ୍ଟ ୪ରେ ଅର୍‌ବାଜ୍‌ଙ୍କ ଜନ୍ମଦିନ ଥିବା ବେଳେ ସେ ନିଜ ବିଦେଶୀ ପ୍ରେମିକା ଜର୍ଜିଆ ଏଣ୍ଡ୍ରିଆନିଙ୍କ ସହ ଏହାକୁ ପାଳନ କରିଥିଲେ । ମିଳିଥିବା ଖବର ଅନୁଯାୟୀ, ଜର୍ଜିଆ ଏବଂ ଅର୍‌ବାଜ୍‌ ନିଜ ପ୍ରେମ ସଂପର୍କକୁ ନେଇ ଖୁବ୍‌ ଗମ୍ଭୀର ଥିବା ଜଣାପଡ଼ିଛି। ଅନେକ ଥର ଦୁଇ ଜଣଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଥିବା ବେଳେ ପ୍ରଥମ ଥର ପାଇଁ ଜର୍ଜିଆ ଅର୍‌ବାଜଙ୍କ ସହ ନିଜ ଫଟୋ ଇନ୍‌ଷ୍ଟାରେ ଅପ୍‌ଲୋଡ୍‌ କରିଥିବା ଦେଖିବାକୁ ମିଳିଛି ।

Asia News

ଅର୍‌ବାଜ୍‌ଙ୍କ ଫଟୋ ଅପ୍‌ଲେଡ଼୍‍ କରି ‘ଆଜିର ଦିନ ତୁମ ପାଇଁ ଖାସ୍‌ ଅଟେ । ହାପି ବର୍ଥଡ଼େ ରକ୍‌ଷ୍ଟାର’ ବୋଲି ଲେଖିଥିଲେ । ଏହି ପୋଷ୍ଟ ସେ ଅର୍‌ବାଜଙ୍କୁ ଟ୍ୟାଗ୍‌ କରିବା ସହ ଲଭ୍‌ ଇମୋଜି ଦେଇଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର