ଭୁବନେଶ୍ୱର: ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ବର ଶାଖାର ଦ୍ବିତୀୟ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। କଂପାନିର ବ୍ରାଣ୍ଡ୍ ଆମ୍ବାସାଡର ତଥା ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅରୁନ୍ଧତୀ ଗ୍ରୁପ୍ର ନିର୍ଦେଶିକା ଅରୁନ୍ଧତୀ ମେହେରଙ୍କ ଉପସ୍ଥିତିରେ ଏହି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ସଂସ୍ଥାର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଦୁଇ ବର୍ଷ ଭିତରେ ଦେଢ଼ ଲକ୍ଷରୁ ଅଧିକ ଗ୍ରାହକ ସୃଷ୍ଟି କରିବା ଏବଂ ସନ୍ତୋଷଜନକ ସେବା ପ୍ରଦାନ କରିବା ଆମ ପାଇଁ ଗର୍ବ, ଗୌରବ ଏବଂ ପ୍ରେରଣାର ବିଷୟ। ଆଗାମୀ ଦିନରେ ମଧ୍ୟ ଆମେ ଏହିଭଳି ଭାବେ ସ୍ବଚ୍ଛତା ଏବଂ ନମ୍ରତାର ସହ କାରବାର ଜାରି ରଖିବୁ ଏବଂ ଗ୍ରାହକଙ୍କୁ ଶୁଦ୍ଧ ଓ କାରୁକାର୍ଯ୍ୟଭରା ସୁନା ଗହଣା ଯୋଗାଇ ଦେବୁ ବୋଲି ସେ କହିଛନ୍ତି। ଅରୁନ୍ଧତୀ ଜୁଏଲର୍ସ ତରଫରୁ ରେଗୁଲାର ହଲମାର୍କ ଗହଣାର ଗଢ଼ା ମୂଲ୍ୟ ଉପରେ ୨୯୯ ଟଙ୍କାର ରିହାତି ଘୋଷଣା କରାଯାଇଛି। ଏହି ସୁବିଧା ଚଳିତ ମାସ ୧୧ରୁ ଆସନ୍ତା ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଅରୁନ୍ଧତୀ ଜୁଏଲର୍ସର ସମସ୍ତ ଶାଖାରେ ଉପଲବ୍ଧ ହେବ। ଏହା ବ୍ୟତୀତ ଫେଷ୍ଟିଭ୍ ଧମାଲ୍ ସିଜନ୍-୨ ବିଷୟରେ ମଧ୍ୟ ଘୋଷଣା କରାଯାଇଛି। ଏଥିରେ ୫୦୦୦ ଟଙ୍କାର କିଣାକିଣି କରୁଥିବା ଗାହକଙ୍କ ପାଇଁ ଲକ୍ଷପତି ହେବାର ସୁଯୋଗ ରହିଛି। ୩୦ ଜଣଙ୍କୁ ଲକ୍ଷପତି ଭାବେ ଘୋଷଣା କରାଯିବ। ଫେଷ୍ଟିଭ୍ ଧମାଲ୍ ସିଜନ୍-୧ର ଲକ୍ଷପତି ବିଜେତାଙ୍କ ପାଇଁ ଆସନ୍ତା ୨୫ ତାରିଖରେ ବରଗଡ଼ ଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଅରୁନ୍ଧତୀ ଜୁଏଲର୍ସ ଶାଖାର ଦ୍ବିତୀୟ ବର୍ଷ ପୂର୍ତ୍ତି ପାଳନ
/sambad/media/post_attachments/wp-content/uploads/2019/09/sfhsfhsfh5sf5h4sfhs4fh65s4fh56sfh4s.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)