କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ଏକ ନମ୍ବର: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ପନିପରିବା ଏବଂ ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ସରଗରମ ଆଲୋଚନା  ହୋଇଛି। ବିରୋଧୀଙ୍କ ଅଭିଯୋଗ ବିକ୍ରି ପାଇଁ ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ। ଆମ ରାଜ୍ୟରେ ଉତ୍ପାଦନ ହେଉଥିବା ପନିପରିବା ଏବଂ ଫଳମୂଳ ବାହାରକୁ ଚାଲି ଯାଉଛି।  ସେପଟେ କୃଷି ମନ୍ତ୍ରୀ ଗୃହରେ ଉତ୍ତର ରଖି କହିଛନ୍ତି, କନ୍ଦମୂଳ ଉତ୍ପାଦନ ଓଡିଶା ଏକ ନମ୍ବର ସ୍ଥାନ ଅଧିକାର କରିଛି।

ସେହିପରି ବାଇଗଣ ଓ ବନ୍ଧାକୋବିରେ ଦ୍ୱିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି। ୩ କୋଟି ୬୪ ଲକ୍ଷ ଆମ୍ବ, କାଜୁ, କମଳା ଲେମ୍ବୁ, ଲିଚୁ, ନଡ଼ିଆ, ପିଜୁଳି, ଭଳି ଚାରା ଚାଷୀ ଏବଂ ବିଭିନ୍ନ ସଂଗଠନ ମାନଙ୍କୁ ବଣ୍ଟା ଯାଇଛି। ଓଡ଼ିଶା କୃଷି ନିଗମ ଶିଳ୍ପ ଦ୍ୱାରା ଖତସାର ଯୋଗାଇ ଦିଆ ଯାଉଛି।  କୃଷକମାନେ ଫସଲର ସଠିକ ପରିଚାଳନା କଲେ ହେକ୍ଟର ପିଛା ଅଁଳା ହେକ୍ଟର ପିଛା ୧୫୬ କ୍ୱିଣ୍ଟାଲ ଏବଂ ପିଜୁଳି ୧୬୬ କ୍ୱିଣ୍ଟାଲ, ପଣସ ୩୧୨ କ୍ୱିଣ୍ଟାଲ ଓ ଆମ୍ବ ୧୨୦ କ୍ୱିଣ୍ଟାଲ ଉତ୍ପାଦନ ହୋଇ ପାରିବ। ଫଳ ଓ ପନିପରିବାର ମୂଲ୍ୟ ବିକ୍ରି ଓ ଦର ବଜାର ସ୍ଥିତି ଉପରେ ନିର୍ଭର କରେ। ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ଏହା କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ସମ୍ବନ୍ଧିତ ଖବର