କାହିଁକି ରାଜା ଅଶ୍ୱପତି ଝିଅଙ୍କୁ ନିଜଲାଗି ବର ଖୋଜିବାକୁ କହିଲେ

 

ପୁରାଣ ଯୁଗରେ ଅଶ୍ୱପତି ନାମକ ରାଜା ରାଜତ୍ୱ କରୁଥିଲେ। ସେ ଜଣେ ବଡ଼ ଧର୍ମାତ୍ମା,ବ୍ରାହ୍ମଣଭକ୍ତ ,ସତ୍ୟବାଦୀ ଓ ଜିତେନ୍ଦ୍ରିୟ ଥିଲେ।ରାଜାଙ୍କର ସବୁ ପ୍ରକାରର ସୁଖ ଥିଲା,କିନ୍ତୁ ତାଙ୍କର ଏକମାତ୍ର ଦୁଃଖ ଯେ,ଇଶ୍ୱର ତାଙ୍କୁ କୌଣସି ସନ୍ତାନପ୍ରାପ୍ତି କାମନା କରି ଅଠରବର୍ଷ ଯାଏଁ କଠୋର ତପସ୍ୟା କରିଲେ। ସେ ସାବିତ୍ରୀ ଦେବୀଙ୍କ ଆରାଧନା କରି ତପଶ୍ଚାରଣ କରିଲେ।


ସାବିତ୍ରୀ ଦେବୀ ରାଜା ଅଶ୍ୱପତିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଏକ ତେଜସ୍ୱିନୀ କନ୍ୟାର ପିତା ହେବାର ଆଶୀର୍ବାଦ ଦେଲେ। ଯଥା ସମୟରେ ରାଜାଙ୍କ ବଡ଼ରାଣୀ ଗର୍ଭବତୀ ହେଲେ ଏବଂ ତାଙ୍କ ଔରସରୁ ଏକ ସୁନ୍ଦର କନ୍ୟା ଜନ୍ମ ନେଲା। ରାଜା ସେହି କନ୍ୟାର ନାମ ‘ସାବିତ୍ରୀ’ ରଖିଲେ। ରାଜକନ୍ୟା ଶୁକ୍ଳପକ୍ଷର ଚନ୍ଦ୍ରମା ଭଳି ନିଜକୁ ନିଜ ଅୟସ ଆରାମ ଭିତରେ ବଢ଼ିବାରେ ଲାଗିଲେ।ଧୀରେ ଧୀରେ ସାବିତ୍ରୀ ଯୁବାବସ୍ଥାରେ ପ୍ରବେଶ କରିଲେ। ତାଙ୍କ ରୂପ ଲାବଣ୍ୟରେ ଯେ କେହି ବିମୋହିତ ହୋଇ ଯାଉଥିଲେ।
ରାଜା ଝିଅର ବାହାଘର ଲାଗି ଉଦ୍ୟମ କରିଲେ।ସେ ତା’ଲାଗି ଯୋଗ୍ୟ ବରପାତ୍ର ସନ୍ଧାନରେ ବାହାରିଲେ,କିନ୍ତୁ ସେଭଳି କେହି ଯୋଗ୍ୟ ବ୍ୟକ୍ତି ମିଳିଲେ ନାହିଁ। ଏଥିରେ ରାଜା ବ୍ୟତିବ୍ୟସ୍ତ ହୋଇ ଦିନେ କନ୍ୟା ସାବିତ୍ରୀଙ୍କୁ କହିଲେ,‘‘ପୁତ୍ରୀ! ତୁମେ ଏବେ ବିବାହଯୋଗ୍ୟ ହୋଇଗଲଣି।ଏଣୁ ତୁମେ ତୁମ ଲାଗି ଉପଯୁକ୍ତ ପାତ୍ର ସନ୍ଧାନ କରିପାର!

ସମ୍ବନ୍ଧିତ ଖବର